ଯୁବକଙ୍କ ମୃତ୍ୟୁର ୪ ଦିନ ପରେ ବି ଅନ୍ତିମ ସଂସ୍କାର ନୋହିଲା

0 79

ହତ୍ୟାକାରୀକୁ ଗିରଫ ଦାବିରେ ବିକ୍ଷୋଭ

ସୀତାମଢ଼ି : ବିହାରର ସୀତାମଢ଼ି ଜିଲ୍ଲା ବେରଗାନିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଯୁବକଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ସେମାନେ ତାଙ୍କର ଅନ୍ତିମ ସଂସ୍କାର କରିନାହାନ୍ତି । ହତ୍ୟାକାରୀକୁ ଗିରଫ କରାଯିବାକୁ ଗ୍ରାମବାସୀ ଦାବି କରି ଶବଦାହ କରିନାହାନ୍ତି । ପୋଲିସ ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁନଥିବାରୁ କ୍ରୋଧିତ ଗ୍ରାମବାସୀ ମୃତଦେହକୁ ରାସ୍ତାରେ ରଖି ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିଲେ । ରାସ୍ତାରେ ଟାୟାର ଜାଳି ନିଆଁ ଲଗାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ôଚ ଲୋକଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲା । ସୀତାମଢ଼ି ଜିଲ୍ଲାର ବେରଗାନିଆ ଅଞ୍ଚଳରେ ଆନ୍ଦମବାନରେ ରହୁଥିବା ଅଶର୍ଫି ଶାହାଙ୍କ ପୁତ୍ର ସରୋଜ କୁମାରଙ୍କ ଶବ ନଭେମ୍ବର ୫ରେ ମିଳିଥିଲା । ଏହି ମାମଲାରେ ପରିଜନବର୍ଗ ଯୁବକଙ୍କୁ ପିଟି ପିଟି ହତ୍ୟା କରିବାର ଆରୋପ ଲଗାଇଥିଲେ । ପୋଲିସ ଯୁବକଙ୍କ ଶବକୁ ପୋଷ୍ଟମର୍ଟମ କରିଥିଲେ । ଏହାପରେ ଯୁବକଙ୍କ ଶବକୁ ପରିଜନବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଯୁବକଙ୍କ ମୃତ୍ୟୁର ୪ଦିନ ପରେ ବି ପରିଜନମାନେ ଶବର ଅନ୍ତିମ ସଂସ୍କାର କରିନାହାନ୍ତି । ଏପରିକି ପୋଲିସ ଏଥିରେ ହସ୍ତକ୍ଷେପ କରୁନଥିବା ଓ ହତ୍ୟାକାରୀମାନଙ୍କର ଏ ପର୍ଯ୍ୟନ୍ତ କୌଣସି ସୁରାକ୍ ନମିଳିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଆକ୍ରୋଶିତ ଲୋକମାନେ ରବିବାର ସକାଳେ ସୀତାମଢ଼ି-ବେରଗାନିଆ ମାର୍ଗରେ ଏକତ୍ରିତ ହୋଇ ହଙ୍ଗାମା କରିଥିଲେ । ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଆଶ୍ୱସନା ଦେଇଥିଲା । ତଥାପି ବି ଲୋକଙ୍କ ଆକ୍ରୋଶ ଏହାଦ୍ୱାରା କମିନଥିଲା ।

Leave A Reply

Your email address will not be published.