ଏନ୍‌ଜିଟିଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ

0 67

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇପାରନ୍ତି। ଗତ ସେପ୍ଟେମ୍ବର 18 ତାରିଖରେ ଏନ୍‌ଜିଟି ଏହି ବିବାଦୀୟ ପ୍ରସଙ୍ଗ ଉପରେ କିଛି ନିର୍ଦ୍ଦେଶ ଦେଇଥିଲେ। ସୂତ୍ର ଅନୁସାରେ, ଗତ ସେେପ୍ଟମ୍ବର 18 ତାରିଖରେ ଏନ୍‌ଜିଟି 4 ଜଣିଆ ବୈଷୟିକ କମିଟିର 9ଟି ସୁପାରିଶ ମଧ୍ୟରୁ 8ଟିକୁ ଗ୍ରହଣ କରିଥିଲେ। ଏଥିସହିତ, ସୁପ୍ରିମକୋର୍ଟକୁ ମାମଲା ସ୍ଥାନାନ୍ତରକୁ ଅଗ୍ରାହ୍ୟ କରିଦେଇଥିଲେ। ଏହି ବିବାଦୀୟ ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ରାଜ୍ୟ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ମନରେ ଯେଉଁ ଚିନ୍ତା ରହିଛି ତାହାକୁ ଦୂର କରିବା ପାଇଁ ଆଲୋଚନା କରିବାକୁ ଆନ୍ଧ୍ରପ୍ରଦେଶ ଓ ପୋଲାଭରମ୍‌ ପ୍ରକଳ୍ପ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ, ଆଇନ ବିଶେଷଜ୍ଞଙ୍କ ମତ ହେଉଛି ଏନ୍‌ଜିଟିଙ୍କ ଆଦେଶ ବିରୋଧରେ ରାଜ୍ୟମାନେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇପାରିବେ। ରାଜ୍ୟଗୁଡ଼ିକ ମଧ୍ୟ ଏହାର ସମସ୍ତ ଆଇନଗତ ଦିଗ ସମ୍ପର୍କରେ ଆଲୋଚନା କରୁଥିବା ନେଇ ଚର୍ଚ୍ଚା ହେଉଛି। ତେବେ, ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ପୋଲାଭରମ୍‌ ପ୍ରକଳ୍ପ ବିରୋଧରେ ଓଡ଼ିଶାର ଏକାଧିକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

Leave A Reply

Your email address will not be published.