ବିହାର ନିର୍ବାଚନ ଫଳାଫଳକୁ ନେଇ ସବୁଠି ଉତ୍କଣ୍ଠା

0 67

127 ଆସନରେ ଏନଡିଏ ଆଗୁଆ, 105ରେ ଆଗୁଆ ମହାମେଣ୍ଟ

ପାଟନା : ବିହାର ନିର୍ବାଚନ ପାଇଁ ଆଜି ଚାଲିଥିବା ଭୋଟ ଗଣତିରେ ଏନଡିଏ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିଛି । ତେବେ ଆରଜେଡି ନେତୃତ୍ଵାଧୀନ ମହାମେଣ୍ଟ ମଧ୍ୟ ଧୀରେ ଧୀରେ ଆଗୁଆ ଥିବା ଆସନ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଭାରତୀୟ ନିର୍ବାଚନ ଆୟୋଗ ଦ୍ଵାରା ଜାରି ସଦ୍ୟତମ ତଥ୍ୟ ଅନୁସାରେ ଏନଡିଏ ଏବେ 127ଟି ଆସନରେ ଓ ମହାମେଣ୍ଟ 105ଟି ଆସନରେ ଆଗୁଆ ଚାଲିଛନ୍ତି । ମାତ୍ର ଏନଡିଏ ଆଗୁଆ ଥିବା ଆସନଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସନରେ ଭୋଟ ବ୍ୟବଧାନ 500ରୁ କମ ଥିବାରୁ ଯେକୌଣସି ସମୟରେ ସ୍ଥିତି ବଦଳିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ମହାମେଣ୍ଟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଦଳ କଂଗ୍ରେସ ପୁଣି ଥରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଭଭିଏମ)ର ନିର୍ଭୁିଲତା ସମ୍ପର୍କରେ ପ୍ରଶ୍ନ ଉଠାଇଛି । ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ଵୀ ଯାଦବ ବିହାରର ରୋଘୋପୁର ଆସନରୁ ଜେଡିୟୁ ପ୍ରାର୍ଥୀଙ୍କଠାରୁ 535 ଭୋଟରେ ଆଗୁଆ ଅଛନ୍ତି । ତାଙ୍କ ଭାଇ ତେଜପ୍ରତାପ ଯାଦବ ହାସନପୁର ଆସନରେ ଜେଡିୟୁ ପ୍ରାର୍ଥୀ ରାଜକୁମାର ରାୟଙ୍କଠାରୁ 1365 ଭୋଟରେ ଆଗୁଆ ଅଛନ୍ତି । ଚିରାଗ ପାସଓ୍ବାନ ନେତୃତ୍ବାଧୀନ ଲୋକ ଜନଶକ୍ତି ଦଳ 3ଟି ଆସନରେ ଆଗୁଆ ଅଛନ୍ତି । ଆଜିର ନିର୍ବାଚନ ଫଳାଫଳ ଗତ 15 ବର୍ଷଧରି ବିହାରର ଶାସନ ଗାଦିରେ ଥିବା ନୀତିଶ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବ । ଏନଡିଏ ଜିତିଲେ ନୀତିଶ 4ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ, ସେହିପରି ମହାମେଣ୍ଟ ଜିତିଲେ ଆରଜେଡ଼ିର ତେଜସ୍ବୀ ଯାଦବ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ଏପରି ହେଲେ ସେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ।

Leave A Reply

Your email address will not be published.