ଟିକା କାର୍ଯ୍ୟକ୍ରମ ପାଇଁ ଟିକା ଡିପ୍ ଫ୍ରିଜର୍ ଯୋଗାଇବ ଗୋଦରେଜ୍ ଆପ୍ଲାଏନ୍ସେସ୍

0 61

ଭୁବନେଶ୍ୱର: ଦେଶର ଅଗ୍ରଣୀ ଆପ୍ଲାଏନ୍ସେସ୍ ନିର୍ମାତା ଗୋଦରେଜ୍ ଆପ୍ଲାଏନ୍ସେସ୍ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସହଯୋଗୀ ଭାବେ ସାର୍ବଜନୀନ ଟିକା କାର୍ଯ୍ୟକ୍ରମ ପାଇଁ ସାରା ଭାରତରେ ଆସନ୍ତା ୬ ମାସ ଭିତରେ ୧୧,୮୫୬ ଷ୍ଟେଟ୍ ଅଫ୍ ଆର୍ଟ ଟିକା ରେଫ୍ରିଜରେଟର ଓ ଡିପ୍ ଫ୍ରିଜର କାର୍ଯ୍ୟକାରୀ କରିବ । ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସମ୍ମାନଜନକ ଟେଣ୍ଡରକୁ କଂପାନି ହାସଲ କରିଛି । ଦେଶର ୨୨ଟି ସ୍ଥାନରେ ଥିବା ରାଜ୍ୟ ଡିପୋରେ ଏହି ଅତ୍ୟାଧୁନିକ ମେଡିକାଲ୍ ଉପକରଣଗୁଡ଼ିକର ଯୋଗ।।ଣ କରାଯିବ ତାହାକୁ ସଂଖ୍ୟାଧିକ ସରକାରୀ ହସ୍ପିଟାଲ୍, ଜିଲ୍ଲା ହସ୍ପିଟାଲ୍ ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ଥାପନ କରି ଶୀତଳଭଣ୍ଡାର ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । କଂପାନି ନିକଟରେ ୮୭୬୭ ଆଇସ-ଲାଇନଡ୍ ମେଡିକାଲ୍ ରେଫ୍ରିଜରେଟର ଓ ୩୦୮୯ଟି ହରାଇଜଂଟାଲ୍ ଡିପ୍ ଫ୍ରିଜର୍ ଯୋଗାଇ ଦେବା ଲାଗି ନିଲାମ ପ୍ରକ୍ରିୟାରେ ୯୫ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ହାସଲ କରିଛି । ସିଓର୍ ଚିଲ୍ ପ୍ରଯୁକ୍ତି ଥିବା ଗୋଦରେଜ୍ର ମେଡିକାଲ୍ ରେଫ୍ରିଜରେଟର ୨-୮ ଡିଗ୍ରି ସେଲସିଅସ ତାପମାତ୍ରା ବଜାୟ ରଖିବ ଯାହା ଟିକା ଓ ରକ୍ତ ସଂରକ୍ଷିତ ରଖିବା ଲାଗି ଜରୁରୀ । ବିଦ୍ୟୁତ କାଟ ସମୟରେ ୮-୧୨ ଦିନ ପର୍ଯ୍ୟନ୍ତ ଏହା ନିଜର ତାପମାତ୍ରାକୁ ବଜାୟ ରଖିପାରିବ । ବିଦ୍ୟୁତ ସମସ୍ୟା ଥିବା ସ୍ଥାନରେ ସୌର ଶକ୍ତି ଜରିଆରେ ତାହାକୁ ପରିଚାଳିତ କରାଯାଇପାରିବ । ଗୋଦରେଜ୍ର ମେଡିକାଲ୍ ଫ୍ରିଜର୍ରେ ବ୍ୟବହାର କରାଯାଇଛି ଡି-କୁଲ୍ ପ୍ରଯୁକ୍ତି ଯେଉଁଥିରେ ଡି-ଆକୃତିର ତମ୍ବା ରେଫ୍ରିଜରେଟିଂ ଟ୍ୟୁବ୍ ବ୍ୟବହାର କରାଯାଇଛି । ଏହା ୨୦ ଡିଗ୍ରି ସେଲସିଅସ୍ର ଶୀତଳତା ପ୍ରଦାନ କରିବ । ଏ ସମ୍ପର୍କରେ ଶ୍ରୀଯୁକ୍ତ କମଳ ନନ୍ଦୀ, ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି, ଗୋଦରେଜ୍ ଆପ୍ଲାଏନ୍ସେସ୍ କହିଛନ୍ତି ଯେ, “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବବୃହତ ଟିକା କାର୍ଯ୍ୟକ୍ରମର ଅଂଶ ହୋଇଥିବାରୁ ଆମେ ଗର୍ବିତ । ରୋଗ ସହିତ ଲଢ଼େଇ କରିବା ଏବଂ ମୂଳପୋଛ କରିବାରେ ଟିକା ହେଉଛି ପ୍ରଭାବଶାଳୀ ମାଧ୍ୟମ । ଆମର ଗୋଦରେଜ୍ ମେଡିକାଲ୍ ରେଫ୍ରିଜରେଟରଗୁଡ଼ିକ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ବିଦ୍ୟୁତ କାଟ ସମୟରେ ମଧ୍ୟ ୪ ଡିଗ୍ରି ଶୀତଳତା ପ୍ରଦାନ କରିବ ଏବଂ ଆନ୍ତର୍ଜାତିକ ଗୁଣାତ୍ମକ ମାନ ଅନୁସାରେ ତାହାକୁ ପ୍ରସ୍ତୁତ କରାଯାଇଛି । ଅନ୍ୟ ସସସ୍ତ ଗୋଦରେଜ୍ ଆପ୍ଲାଏନ୍ସେସ୍ ଭଳି ଏହା ମଧ୍ୟ ପରିବେଶ ମିତବ୍ୟୟୀ ଏବଂ ୧୦୦% ସିଏଫ୍ସି, ଏଚ୍ଏଫ୍ସି ଓ ଏଚ୍ସିଏଫ୍ସି ମୁକ୍ତ ଆର୬୦୦ଏ ଓ ବିଶ୍ୱର ସବୁଜତମ ଆର୍୨୯୦ ରେଫ୍ରିଜରାଂଟ ଏଥିରେ ବ୍ୟବହାର କରାଯାଇଥିବାରୁ ଏହା ସର୍ବାଧିକ ଶକ୍ତି ମିତବ୍ୟୟିତା ପ୍ରଦାନ କରୁଥିବା ବେଳେ ପରିବେଶକୁ ମଧ୍ୟ କୌଣସି ହାନି ପହଂଚାଉନାହିଁ । ସ୍ୱାସ୍ଥ୍ୟ ସେବା ଶୀତଳଭଣ୍ଡାରକୁ ଦୃଢ଼ କରିବା ଲାଗି ସରକାରଙ୍କ ସହଯୋଗୀ ହୋଇଥିବାରୁ ଆମେ ଗର୍ବିତ । ଜୟଶଙ୍କର ନଟରାଜ, ସହକାରୀ ଉପସଭାପତି ଓ ମୁଖ୍ୟ-ନୂଆ ବ୍ୟବସାୟ ବିକାଶ, ଗୋଦରେଜ୍ ଆପ୍ଲାଏନ୍ସେସ୍ କହିଛନ୍ତି ଯେ, “ତାପମାତ୍ରା ୮ ଡିଗ୍ରିରୁ ଅଧିକ ହୋଇଗଲେ କିମ୍ବା ୨ ଡିଗ୍ରିରୁ କମ୍ ହେଲେ ଟିକା ଠିକ୍ ଭାବେ କାର୍ଯ୍ୟ କରିବ ନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବିଦ୍ୟୁତ କାଟ ଦୂରଦୂରାନ୍ତ ଟିକାକରଣ ପାଇଁ ଏକ ବଡ଼ ଆହ୍ୱାନ । ଆମର ଅତ୍ୟାଧୁନିକ ମେଡିକାଲ୍ ରେଫ୍ରିଜରେଟର ଓ ଫ୍ରିଜରଗୁଡ଼ିକ ଟିକା ପାଇଁ ତାପମାତ୍ରାକୁ ଠିକ୍ ସ୍ତରରେ ରଖିଥାଏ ଯାହା ଟିକାକରଣ କାର୍ଯ୍ୟକ୍ରମ ପାଇଁ ବେଶ ଉପଯୁକ୍ତ । ଉଭୟ ଉତ୍ପାଦକୁ ଭାରତରେ ଉତ୍ପାଦନ କରାଯାଉଛି । ସରକାର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ମିଶି ଶେଷ ଦୂରତା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମକୁ ପହଂଚାଇବାକୁ ଆମେ ପ୍ରତିବଦ୍ଧ ।’’

Leave A Reply

Your email address will not be published.