ମାଲକାନଗିରି ଜିଲ୍ଲା ଯୋଜନା କମିଟିର ସମୀକ୍ଷା ବୈଠକ

0 79

ଭୁବନେଶ୍ୱ୍ୱର, ଆଜି ଇଲେକେଫ୍ରାନିକ୍ସ୍, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲ୍ଲା ଯୋଜନା କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଓକାକ୍ରେ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କା୩୪୍ର୍ୟର ସମୀକ୍ଷା କରିଥିଲେ । ଜିଲ୍ଲାର କୋଭିଡ୍ ପରିଚାଳନା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଯେପରି ସମସ୍ତଙ୍କ ନିକଟରେ ପହଞ୍ଚି ପାରିବ ସେଥିନେଇ ମନ୍ତ୍ରୀ ଜିଲ୍ଲା ପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର କୃଷି, ଖାଦ୍ୟ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ସଡ଼କ ନିର୍ମାଣ, କୋଠାବାଡ଼ି, ବିଜୁ କେବିକେ ଏବଂ ଜିଲ୍ଲାର ସାମଗ୍ରିକ ବିକାଶ ଓ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରିତ ଢଙ୍ଗରେ ଆଗେଇ ଚାଲୁଥିବାରୁ ମନ୍ତ୍ରୀ ଶ୍ରୀ ବେ ହେରା ଜିଲ ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ଦିଗରେ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ବୈଠକରେ ଉଦ୍ବୋଧନ ଦେଇଥିଲେ । ବୈଠକରେ ମାଲକାନଗିରି ଜିଲ୍ଲା ପାଳ ମନିଷ ଅଗ୍ରଓ୍ୱାଲ ସ୍ୱାଗତ ଭାଷଣ ଦେଇଥିଲେ ।

Leave A Reply

Your email address will not be published.