ଭାରତ ଶାନ୍ତି, ନିରାପତ୍ତା ଓ ସମୃଦ୍ଧିରେ ଦୃଢ଼ ବିଶ୍ୱାସ କରେ

0 70

ନୂଆଦିଲ୍ଲୀ/ସାଂଘାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନର ଭର୍ଚୁଆଲ ବୈଠକରେ ସାମିଲ ହୋଇଛନ୍ତି । ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ପ୍ରଥମ ଭେଟ୍ଭାଟ୍ । ସୂଚନାଥାଉକି ଏହି ବୈଠକକୁ ଋଷ ରାଷ୍ଟ୍ରପତି ଭ୍ଲାଦିମାର୍ ପୁଟିନ୍ ଅଧ୍ୟକ୍ଷତା କରିଥିଲେ । ଏହାବାଦ୍ ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବି ସାମିଲ ହୋଇଥିବା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ବୋଧନରେ କହିଥିଲେ ଏସ୍ସିଓର କୁଶଳ ନେତୃତ୍ୱ ଯୋଗୁଁ କରୋନାର ମୁସ୍କିଲ୍ ପରିସ୍ଥିତି ସତ୍ତେ୍ୱ ଏହି ବୈଠକ ଆୟୋଜିତ କରାଯାଇଥିବାରୁ ରାଷ୍ଟ୍ରପତି ପୁଟିନ୍ଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି । ଏସ୍ସିଓରେ ଭାରତ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ବର୍ଷ ଅଟେ । କାରଣ ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ ଯେଉଁଥିରେ ଆର୍ଥିକ ସମସ୍ୟାକୁ ବିଶେଷ ଧ୍ୟାନ ଦିଆଯାଇଛି । ଆତ୍ମନିର୍ଭର ଭାରତ ଉପରେ ସେ କହିଥିଲେ ଯେ ବୈଶ୍ୱିକ ମହାମାରୀ ମଧ୍ୟରେ ଆମେ ଆତ୍ମନିର୍ଭର ଭାରତକୁ ବିଶେଷ ଦୃଷ୍ଟି ଦେଇଛୁ । ଏହା ଭାରତର ଅର୍ଥବ୍ୟବସ୍ଥା ପାଇଁ ଏକ ଫୋର୍ସ ମଲ୍ଟିପ୍ଲେୟାର ପ୍ରମାଣିତ ହେବ ଓ ଏସ୍ସିଓର ଆର୍ଥିକ ଗତିରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ । ଚୀନ୍କୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି ଏସ୍ସିଓ ଅଞ୍ଚଳରେ ଭାରତର ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ରହିଛି । ଆମର ପୂର୍ବଜମାନେ ଏହାକୁ ଜୀବନ୍ତ ରଖିଛନ୍ତି । ଭାରତ ସର୍ବଦା ବିଶ୍ୱାସ କରେ ଯେ କନେକ୍ଟିଭିଟିକୁ ଅଧିକ ଦୃଢ଼ କରିବା ପାଇଁ ପରସ୍ପର ସହ ସଂପ୍ରୁଭତାର ମୂଳ ଭାବନା ସହ ଆଗକୁ ବଢ଼ିବାକୁ ହେବ । ୟୁଏନ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ୟୁନାଇଟେଡ୍ ନେସନ୍ ନିଜର ୭୫ ବର୍ଷ ପୂରଣ କରିଛି । କିନ୍ତୁ ସଂଯୁକ୍ତ ରାଷ୍ଟ୍ରର ମୂଳ ଉଦ୍ଦେଶ୍ୟ ଏ ପର୍ଯ୍ୟନ୍ତ ସାଧିତ ହୋଇପାରିନାହିଁ । ମହାମାରୀ ଯୋଗୁଁ ଆର୍ଥିକ ଓ ସାମାଜିକ ସ୍ଥିତି ଅତ୍ୟନ୍ତ ବିଗିଡ଼ି ଯାଇଛି । ତେବେ ସାରା ବିଶ୍ୱ ଆଶା ରଖିଛି କି ୟୁଏନ୍ର ଭୁଶୁଡ଼ି ପଡ଼ିଥିବା ଆର୍ଥିକ ଅବସ୍ଥା ସୁଧରିଯାଉ ଓ ପୁଣିଥରେ ଏହା ଟ୍ରାକ୍କୁ ଫେରୁ । ଶାସ୍ତ୍ର କହେ ଯେ ପରିବର୍ତ୍ତନ ହିଁ ଏକମାତ୍ର ସ୍ଥିରତା ଆଣିପାରିବ । ଏସ୍ସିଓରେ ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ଟାର୍ଗେଟ୍ କରି କହିଛନ୍ତି କି ଏହି ମଞ୍ଚରେ ସମୟ ସମୟରେ ଦ୍ୱିପାକ୍ଷିକ ସମସ୍ୟାକୁ ଆଣିବାକୁ ଚେଷ୍ଟା କରାଯାଇଛି ଯାହାକି ଏସ୍ସିଓ ଫୋରମ୍ର ମୂଳ ବୁନିଆଦି ଢ଼ାଞ୍ଚା ବିରୋଧୀ ଅଟେ । ଆତଙ୍କବାଦ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ପ୍ରସଙ୍ଗରେ ଭାରତର ତୀବ୍ର ବିରୋଧ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଲେ, ଭାରତ ଶାନ୍ତି, ନିରାପତ୍ତା ଓ ସମୃଦ୍ଧିରେ ଦୃଢ଼ ବିଶ୍ୱାସ କରେ । ଆମେ ସର୍ବଦା ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ, ମାଦକ ଦ୍ରବ୍ୟ ଏବଂ କଳାଟଙ୍କା ବିରୋଧରେ ସ୍ୱର ଉତ୍ତୋଳନ କରିଛୁ । “ଏସ୍ସିଓ ଚାର୍ଟ’ର୍ରେ ଉଲ୍ଲେଖ ନୀତିକୁ ଆଧାର କରି “ଏସ୍ସିଓ’ରେ କାର୍ଯ୍ୟ କରିବାକୁ ଭାରତ ନିଜର ପ୍ରତିଶ୍ରୁତି ପାଳନ ନିମନ୍ତେ ଦୃଢ଼ ପରିକର ରହିଛି ।

Leave A Reply

Your email address will not be published.