ସବୁ ଏକଜିଟ୍ ପୋଲର ପୂର୍ବାନୁମାନ ଭୁଲ୍ ସାବ୍ୟସ୍ତ

0 70

ସରକାର ଗଠନ ପାଇଁ ଏନଡିଏକୁ ଦରକାର ଆଉ ୨ ଆସନ

ପାଟନା, ୧୦ ।୧୧ : ସବୁ ଏକଜିଟ୍ ପୋଲର ପୂର୍ବାନୁମାନ ଭୁଲ୍ ସାବ୍ୟସ୍ତ ହୋଇଛି । ବିହାର ବିଧାନସଭା ନିର୍ବାଚନର ୨୪୩ ଆସନ ମଧ୍ୟରୁ ୨୩୬ ଆସନର ଫଳାଫଳ ପ୍ରକାଶ ପାଇଛି । ଘୋଷିତ ଫଳାଫଳରେ ଏନଡ଼ିଏକୁ ୧୨୦ ଓ ମହା ଗଠବନ୍ଧନକୁ ୧୦୮ଟି ଆସନ ମିଳିଛି । ଏଆଇଏମଆଇଏମ୍, ବିଏସପି ଓ ଅନ୍ୟ ଦଳଗୁଡ଼ିକୁ ୮ଟି ଆସନ ଯାଇଛି । ଏହି ପରିପ୍ରେକ୍ଷୀରେ ଏନଡ଼ିଏ ବର୍ତମାନ ଆଗୁଆ ଅଛି ଏବଂ ସଂଖ୍ୟା ଗରିଷ୍ଠତାଠାରୁ ୨ଟି ଆସନ ପଛରେ ଅଛନ୍ତି । ବିହାରରେ ଦଳର ସଫଳତା ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିହାର ନିର୍ବାଚନରେ ଏନଡିଏ ଭଲ ପ୍ରଦର୍ଶନ କରିବ ବୋଲି ଗତକାଲି ଉଭୟ ନେତା କହିଥିଲେ । ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ ରାମ ମାଞ୍ଝି ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍୍ୱନ୍ଦ୍୍ୱୀ ଉଦୟ ନାରାୟଣ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି । ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ସେ ଜେଡ଼ିୟୁ ଟିକେଟରୁ ନିର୍ବାଚନ ଲଢ଼ୁଥିଲେ । ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ୪ଟି ଆସନରେ ବିଜୟ ବ୍ୟବଧାନ ମାତ୍ର ୨୦୦ ମଧ୍ୟରେ । ୨୪ଟି ଆସନରେ ବିଜୟ ବ୍ୟବଧାନ ୧୦୦୦ ଓ ୩୨ ଆସନରେ ବ୍ୟବଧାନ ୨୦୦୦ ମଧ୍ୟରେ ରହିଛି । ୪୮ଟି ଆସନରେ ବିଜୟ-ପରାଜୟ ବ୍ୟବଧାନ ମାତ୍ର ୩୦୦୦ ମଧ୍ୟରେ । ସମସ୍ତ ଫଳାଫଳ ରାତି ସୁଦ୍ଧା ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି ।

Leave A Reply

Your email address will not be published.