ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ

0 63

ଭୁବନେଶ୍ୱର: ବିଧାନସଭା ଉପନିର୍ବାଚନରେ ବାଜିମାତ କଲା ବିଜେଡି। ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନକୁ ହାତେଇ ନେଇଛି ବିଜେଡି। ତିର୍ତ୍ତୋଲରେ ନିଜ ଗଡ଼ ବଜାୟ ରଖିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରାଜକିଶୋର ବେହେରାଙ୍କ ଠାରୁ ୪୧,୭୦୩ ଅଧିକ ଭୋଟ୍ ପାଇଁ ନିର୍ବାଚନ ଜିତିଛନ୍ତି।

ସେହିଭଳି ବିଜେପି ହାତରୁ ବାଲେଶ୍ୱର ସଦର ଆସନ ଛଡ଼ାଇ ଆଣିବାରେ ସଫଳ ହୋଇଛି ବିଜେଡି। ଅନ୍ତଃ କନ୍ଦଳ ସତ୍ତ୍ୱେ ଦଳରେ ଶାଣିତ ସମର ସଜ୍ଜା ଫଳରେ ବିଜୟୀ ହୋଇଛନ୍ତି ପ୍ରାର୍ଥୀ ସ୍ୱରୂପ ଦାସ। ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀ ମାନସ ଦତ୍ତଙ୍କ ଠାରୁ ୧୩,୩୫୧ ଭୋଟ ଅଧିକ ପାଇ ଭୋଟରଙ୍କ ଆସ୍ଥା ଜିତିଛନ୍ତି। ନିର୍ବାଚନ କମିଶନ ଫଳାଫଳ ସମ୍ପର୍କରେ ବିଦ୍ଧିବଦ୍ଧ ଘୋଷଣା ପରେ ବିଜେଡି ନେତା, କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ସେଲିବ୍ରେସନ୍ ଚାଲିଛି।

Leave A Reply

Your email address will not be published.