ପ୍ରକୃତ ବାଜିଗର୍‌

0 60

ଭୁବନେଶ୍ବର, 10।11(ଡିକେ ନୁ୍ୟଜ୍‌) : ସବୁ ଆଶା ଓ ଉତ୍କଣ୍ଠାର ସମାପ୍ତି ଘଟିଛି। ବାଲେଶ୍ବର ଓ ତିର୍ନ୍ନୋଲ ଉପନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଦେଇଛି ଯେ ବିଜେଡି ନମ୍ଵର ୱାନ୍‌। ତାଜା ଫଳାଫଳ ଅନୁଯାୟୀ ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ଵରୁପ ଦାସ 13ହଜାର 351 ଖଣ୍ଡ ଭୋଟ୍‌ରେ ବିଜେପି ପ୍ରାର୍ଥୀ ମାନସ ଦନ୍ନଙ୍କୁ ପରାସ୍ତ କରିଥିବାବେଳେ ତିର୍ନ୍ନୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜେପିର ରାଜକିଶୋର ବେହେରାଙ୍କ ଠାରୁ 41ହଜାର 703 ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ପୂର୍ବରୁ ଏହି ଦୁଇଟି ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ହେବ ଓ ହାର୍‌ଜିତ୍‌ ଅଳ୍ପ ବ୍ୟବଧାନରେ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ପୂର୍ବାନୁମାନ କରିଥିଲେ। କିନ୍ତୁ ସବୁ ପୂର୍ବାନୁମାନକୁ ପଛରେ ପକାଇ ନବୀନ ମ୍ୟାଜିକ୍‌ ପ୍ରମାଣ କରିଦେଇଛି ଯେ ବିଜେଡି ହିଁ ଲୋକଙ୍କର ଏକମାତ୍ର ବିକଳ୍ପ। ଏହି ଆସନ ଦୁଇଟିରେ ବିଜେଡିର ବିଜୟ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଯେ କାମ କରିଛି ଏଥିରେ କାହାରି ସନ୍ଦେହ ନାହିଁ। ନିର୍ବାଚନୀ ମଇଦାନକୁ ନ ଓହ୍ଲାଇ ବି ଭର୍ଚୁଆଲ ରାଲି ମାଧ୍ୟମରେ ନବୀନ ଯେଉଁ ବାର୍ନ୍ନା ଦେଇଥିଲେ ଲୋକେ ତାହାକୁ ଅତି ଆଦରର ସହ ଗ୍ରହଣ କରି ଢ଼ାଳି ଦେଇଛନ୍ତି ନବୀନଙ୍କ ପ୍ରତି ଅଗାଢ଼ ବିଶ୍ବାସ। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଷ୍ଟାର କ୍ୟାମ୍ପେନର ଭାବେ କେନ୍ଦ୍ରମନ୍ତ୍ରୀଙ୍କୁ ଆଣିଥିଲେ ବି ନବୀନ ପଟ୍ଟନାୟକଙ୍କ ଆଗରେ ସେମାନେ ଫିକା ପଡ଼ିଯାଇଛନ୍ତି। ଏହି ଉପନିର୍ବାଚନରେ ବିରୋଧୀଙ୍କୁ ଆଉ ବୁଝିବା ବାକି ନଥିବ ଯେ ଶତସହସ୍ର ବଳ ଲଗାଇଲେ ବି ସମସ୍ତେ ନବୀନଙ୍କ ନିର୍ବାଚନୀ ରଣନୀତି ଆଗରେ ପୂରା ଫେଲ୍‌। ଆଉ ଏହି ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଶିବିର ତ ପୂରା ଖାଁ ଖାଁ ପରି ଲାଗୁଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ନବୀନବାବୁଙ୍କ ଶାସନକାଳରେ ଯେତୋଟି ଉପନିର୍ବାଚନ ହେଉଛି ସେଥିରେ ବିରୋଧୀ କାହିଁକି ଚିତ୍‌ପଟାଙ୍ଗ ମାରୁଛନ୍ତି। ଏହାର ଏକମାତ୍ର କାରଣ ନବୀନ ପଟ୍ଟନାୟକ କେବେବି ବ୍ୟଚ୍ଛିଗତ ସ୍ଵାର୍ଥ ନୁହେଁ ବରଂ ଜନତାଙ୍କ ସ୍ଵାର୍ଥକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଆଉ ରାଜନୀତିରେ ଯିଏ ପ୍ରକୃତ ରାଜାଙ୍କ ନୀତି ଅବଲମ୍ଵନ କରି ନିଜ ପ୍ରଜାଙ୍କ ହିତ ଦିନରାତି ଚିନ୍ତା କରିଥାଏ ସେ ହିଁ ତ ରାଜାର ପଦବାଚ୍ୟ ହୋଇଥାଏ। ଚଳିତ ଶତାବ୍ଦୀରେ କରୋନା ମହାମାରୀ କଥା ଚିନ୍ତା କରାଯାଉ। ସାରା ବିଶ୍ବ କରୋନାକୁ ନେଇ ଅସ୍ତବ୍ୟସ୍ତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ପରିଚାଳନାକୁ ବିଶ୍ବବ୍ୟାପୀ ପ୍ରଶଂସା କରିଛନ୍ତି। ଯେଉଁଥିପାଇଁ ତ ଆଜି ଓଡ଼ିଶାରେ କରୋନା ସଂକ୍ରମିତ ଓ ମୃତୁ୍ୟହାର ଦେଶର ଅନ୍ୟ ରାଜ୍ୟଠାରୁ ଖୁବ୍‌ ନଗଣ୍ୟ। ଖାଲି ଏଇ ଗୋଟିଏ ଉଦାହରଣ ନୁହେଁ ଯଦି ନବୀନ ବାବୁଙ୍କ ଜନମଙ୍ଗଳକାରୀ କାର୍ଯ୍ୟକୁ ହିସାବକୁ ନିଆଯାଏ ତେବେ ଏହାର ଚିଠା ଖୁବ୍‌ ଲମ୍ଵିଯିବ। ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଯେ ଯେଉଁ ଯେଉଁ ଯୋଜନା ସବୁ କରିଯାଇଛନ୍ତି ତାହା ଓଡ଼ିଶାବାସୀଙ୍କ ମନରୁ ଲିଭିବା ଏତେଟା ସହଜ ହେବନି। ଲୋକଙ୍କ ମନେ ଥିବ ନିଶ୍ଚିତ ଯେତେବେଳେ ଓଡ଼ିଶାର ଦାରିଦ୍ର୍ୟକୁ ନେଇ ଅନ୍ୟ ରାଜ୍ୟମାନେ ତାତ୍ସଲ୍ୟ କରୁଥିଲେ, ଓଡ଼ିଶାବାସୀଙ୍କୁ ହୀନ ଚକ୍ଷୁରେ ଦେଖୁଥିଲେ ସେଥିରେ କିନ୍ତୁ ନବୀନବାବୁ ଆସିବା ପରେ ପୂର୍ଣ୍ଣଛେଦ ପକାଇଛନ୍ତି। ଓଡ଼ିଶାର ଆଉ ସେଦିନ ନାହିଁ ଯେଉଁଠାରେ କି ନେତା ଓ ମନ୍ତ୍ରୀଙ୍କ ମନମାନି ଦେଖିବାକୁ ମିଳୁଛି। ପୂର୍ବରୁ ଆକ୍ରୋଶମୂଳକ ରାଜନୀତି ରଖି ପ୍ରତେ୍ୟହ କିଛି ନା କିଛି ବ୍ୟଚ୍ଛିଙ୍କୁ ହତ୍ୟା କରାଯାଉଥିଲା। ପୋଲିସ ଲଗାଇ ଗାଁଗଣ୍ଡାର ନିରୀହ ଜନସାଧାରଣଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଥିଲା। ଆଉ ଯଦି ସେମାନେ ଅଭିଯୋଗ କରିବାକୁ ରାଜଧାନୀ ଆସୁଥିଲେ କିଛି ନା କିଛି ବାହାନା କରି ସେମାନଙ୍କୁ ସେଠାରୁ ତଡ଼ି ଦିଆଯାଉଥିଲା। କିନ୍ତୁ ନବୀନ ବାବୁଙ୍କ ଶାସନ କାଳରେ ପୂରା ଓଲଟା ଚିତ୍ର। ସେ ନେତା, ମନ୍ତ୍ରୀ, ବିଧାୟକ ଯିଏ ବି ହୁଅନ୍ତୁ ନା କାହିଁକି ସାମାନ୍ୟ ଟିକେ ତ୍ରୁଟି ପରିଲକ୍ଷିତ ହେଲେ ପଦ ଯିବାଟା ଥୟ। ଓଡ଼ିଶା ପାଇଁ ସେବା କରିବାକୁ ଆସିଛ ମାନେ ଲୋକଙ୍କ ଅଭିଯୋଗ ଶୁଣିବା ହେଉଛି ଓ ତାର ସମାଧାନ କରିବା ହେଉଛି ତୁମର କାମ। ଆଉ ଯଦି ତାହା କରିବାକୁ ସମର୍ଥ ନୁହଁ ତେବେ ପଦ ଛାଡ଼, ଆଉ ଯଦି ଅଧିକ ହୋଇଗଲା ତେବେ ଦଳରୁ ନିଲମ୍ଵିତ। ସେଥିପାଇଁ ତ ବିଜେଡିରେ ନେତା ଓ କର୍ମୀ ଶୃଙ୍ଖଳିତ। ଆଉ ଯେଉଁଠି ଶାସକ ଦଳ ଶୃଙ୍ଖଳିତ ହୋଇଥାଏ ସେଠାରେ ଶାସନ ପରିଚାଳନା ବେଶ୍‌ ଶୃଙ୍ଖଳିତ ହୋଇଥାଏ। ଅନ୍ୟ ଦଳ କଥା ଯଦି ଚିନ୍ତା କରାଯାଏ ସେଠାରେ ଦଳୀୟ କନ୍ଦଳ ବେଶ୍‌ ପରିଲକ୍ଷିତ। ପ୍ରଥମେ ବିଜେପି ଶିବିର କଥା ଚିନ୍ତା କରାଯାଉ। ବିଜେପିର ଓଡ଼ିଶା ମୁଖ୍ୟ କିଏ ତାହା ଆଜି ବି ଲୋକେ ଠିକ୍‌ ସେ ଜାଣିନାହାନ୍ତି। ଯଦିବା ସେମାନେ ବିଜେପିକୁ କ୍ଷମତା ଦେବେ ତେବେ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହା ତାଙ୍କୁ ଅଜଣା। ଶୁଣାଯାଏ ଯେ ଓଡ଼ିଶା ବିଜେପି ଏବେ ଭାଗ ଭାଗ। ଅର୍ଥାତ ଦଳରେ 3 ଗୋଷ୍ଠୀ। ଆଉ ଏହି ଗୋଷ୍ଠୀକନ୍ଦଳ ନିର୍ବାଚନ ସମୟରେ ବେଶ୍‌ ପରିଲକ୍ଷିତ ହୋଇଥାଏ। ତେଣୁ ଯେଉଁଠି ପ୍ରଥମରୁ କନ୍ଦଳ ଆଗକୁ ତାହା କି ରୂପ ନେବ ତାହା ଲୋକଙ୍କୁ ବୁଝିବାକୁ ଆଉ ବାକି ନାହିଁ। ଦ୍ଵିତୀୟତଃ ଆମେ କଂଗ୍ରେସ କଥା ଚିନ୍ତା କରିବା। ସେଠି ବି ସମାନ ଅବସ୍ଥା। ସେଠି ତ ନିରଞ୍ଜନ, ଭଚ୍ଛ, ସୁର, ଶ୍ରୀକାନ୍ତଙ୍କ ଭଳି ମାଳ ମାଳ ଗୋଷ୍ଠୀ। ତେଣୁ ଲୋକେ କାହାକୁ ବିଶ୍ବାସ କରିବେ। ତାଛଡ଼ା ଯଦିବା ସେମାନେ କଂଗ୍ରେସକୁ ଭୋଟ୍‌ ଦେବେ ତେବେ ପାଇବେ କଣ? କାରଣ କେନ୍ଦ୍ରରେ ବର୍ନ୍ନମାନ କଂଗ୍ରେସର ଅବସ୍ଥା ଯାହା ତାହା ଲୋକେ ବେଶ୍‌ ଭଲ ଜାଣିଛନ୍ତି। ଦେଶର ଅଧାରୁ ଅଧିକ ରାଜ୍ୟରେ କଂଗ୍ରେସ ମୂଳପୋଛ। କେନ୍ଦ୍ରରେ କ୍ଷମତାକୁ ଫେରିବା ଭଳି ବର୍ନ୍ନମାନ ତ କାହିଁ ଜଣାପଡ଼ୁନି। ତେଣୁ ଓଡ଼ିଶାରେ କଂଗ୍ରେସକୁ ଭୋଟ୍‌ ଦେଲେ ସେମାନେ ଭବିଷ୍ୟତରେ ନିଜ ରାଜ୍ୟର ସମସ୍ୟା କାହା ଆଗରେ ଜଣାଇବେ? ଏଭଳି ଅନେକ ଚିନ୍ତା ସାଧାରଣ ଲୋକଙ୍କ ମନକୁ ଆସେ। ଶେଷରେ ବିଜେଡିକୁ ଲୋକେ କାହିଁକି ଭୋଟ୍‌ ଦେଉଛନ୍ତି ତାହା ବି ବିଶ୍ଳେଷ୍ୟଯୋଗ୍ୟ। ପ୍ରଥମତଃ ନବୀନ ପଟ୍ଟନାୟକ ଜଣେ ନିର୍ବିବାଦୀୟ ନେତା ଭାବେ ବେଶ୍‌ ଜଣାଶୁଣା। ସରଳ, ନିଷ୍କପଟ ସାଙ୍ଗକୁ ସାଧାରଣ ଜନତାଙ୍କ ଅଭିଯୋଗକୁ ସେ ପ୍ରଥମେ ପ୍ରାଧାନ୍ୟ ଦେଇଥାନ୍ତି। ଦ୍ଵିତୀୟତଃ ଓଡ଼ିଶାର ପ୍ରମୁଖ ସମସ୍ୟା ଯଥା ଖାଦ୍ୟ, ବାସଗୃହ, ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ, ଯୋଗାଯୋଗ ଆଦି ବହୁ କ୍ଷେତ୍ରରେ ଥିବା ସମସ୍ୟାକୁ ଦୂରୀଭୂତ କରିବାରେ ନବୀନ ପଟ୍ଟନାୟକ ନିଜ ପାରିବାପଣିଆକୁ ବେଶ୍‌ ଦୃଢ଼ ଭାବେ ପ୍ରମାଣିତ କରିଛନ୍ତି। ତୃତୀୟରେ ସେ ସର୍ବଦା କେନ୍ଦ୍ରରେ କଂଗ୍ରେସ ସରକାର ହେଉ ଅବା ବିଜେପି ସରକାର ସମାନ୍ତରାଳ ମନୋଭାବ ରଖି କାର୍ଯ୍ୟ କରିଥାନ୍ତି। ତେଣୁ କେନ୍ଦ୍ରରେ ସେ ବି ଅତି ପ୍ରିୟ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଲୋକଙ୍କ ମନରେ ସଦାସର୍ବଦା ଜୀବିତ ରହିଛି ଓ ରହିଥିବ। ଯେଉଁ ଓଡ଼ିଶା ନିଜର ଐତିହ୍ୟ ଓ ସଂସ୍କୃତି ପାଇଁ ସାରା ବିଶ୍ବବକ୍ଷରେ ପରିଚିତି ଲାଭ କରିଛି ତାହାର ସୌନ୍ଦର୍ଯ୍ୟକରଣ କରିବାରେ ନବୀନ ବାବୁ ସଦାସର୍ବଦା ଚେଷ୍ଟିତ। ଓଡ଼ିଶାକୁ କିପରି ସାରା ବିଶ୍ବ ଏକ ସ୍ଵତନ୍ତ୍ର ଚକ୍ଷୁରେ ଦେଖିବ ସେଥିପାଇଁ କେବଳ ନବୀନବାବୁଙ୍କ ପ୍ରୟାସରେ ବିଶ୍ବକପ୍‌ ହକି, ଜାତୀୟ କ୍ରୀଡ଼ା ଭଳି ବହୁ ଇଭେ[ ଆୟୋଜନ କରି ପାରଦର୍ଶିତା ଦେଖାଇ ସାରିଛନ୍ତି। ସବୁଠୁ ବଡ଼ ସମସ୍ୟା ଯାହା ଓଡ଼ିଶାରେ ଥିଲା ତାହା ଥିଲା ମହିଳା ସଶଚ୍ଛିକରଣ। ଅର୍ଥାତ ନବୀନ ବାବୁଙ୍କ ପୂର୍ବରୁ ଓଡ଼ିଶାର ନାରୀମାନେ କେବଳ ଘରେ ରହିପରିବାର କିଭଳି ଚଳାଇବେ ତାହା ଥିଲା ତାଙ୍କର ମୂଳ କର୍ନ୍ନବ୍ୟ। କିନ୍ତୁ ନବୀନ ବାବୁଙ୍କ ପରେ ପରେ ଓଡ଼ିଶାର ମହିଳାମାନେ ହୋଇଛନ୍ତି ସଶଚ୍ଛ। ପରିବାର ପ୍ରତିପୋଷଣ କରିବାରେ ସେମାନଙ୍କ ଅବଦାନ ବି କିଛି କମ୍‌ ନୁହେଁ। ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅଳ୍ପ ସୁଧରେ ଋଣ ଆଣି ନିଜର ତଥା ନିଜ ପରିବାରର ଅଭାବକୁ ପୂରଣ କରିବାରେ ଆଜି ସେମାନେ ସମର୍ଥ। ଆଉ ଏସବୁ ହୋଇପାରିଛି କେବଳ ନବୀନ ପଟ୍ଟନାୟକଙ୍କ ଶାସନକାଳରେ। ତା ବାଦ୍‌ ବି ଆହୁରି ଅନେକ ଜନମଙ୍ଗଳକାରୀ କାରଣ ରହିଛି ଯେଉଁଥିପାଇଁ ଲୋକେ କେବଳ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟା ତଳେ ରହି ନିଜକୁ ସୁରକ୍ଷିତ ମଣୁଛନ୍ତି ଓ ବିଜେଡିକୁ ଲଗାତାର ଜିତାଇ ଚାଲିଛନ୍ତି। ତେଣୁ ଏଠାରେ ନିଃସନ୍ଦେହରେ କୁହାଯାଇପାରିବ କି ନବୀନ ପଟ୍ଟନାୟକ ହିଁ ହେଉଛନ୍ତି ଓଡ଼ିଶାର ପ୍ରକୃତ ବାଜିଗର୍‌।

Leave A Reply

Your email address will not be published.