ବେଦାନ୍ତ ପକ୍ଷରୁ ‘ବେଦାନ୍ତ ସ୍ପାର୍କ’ କାର୍ଯ୍ୟକ୍ରମର ଶୁଭାରମ୍ଭ

0 57

ଭୁବନେଶ୍ୱର : ବେଦାନ୍ତ ଗ୍ରୁପ୍ ପକ୍ଷରୁ ଗ୍ଲୋବାଲ କର୍ପୋରେଟ ଇନୋଭୋନ ଏବଂ ଭେଂଚର କାର୍ଯ୍ୟକ୍ରମ ‘ବେଦାନ୍ତ ସ୍ପାର୍କ’ର ଶୁଭାରମ୍ଭ କରାଯାଇଛି । ଏଥିରେ ବିଶ୍ୱସ୍ତରୀୟ ୧୬ଟି ଉପଲବ୍ଧ ସୁଯୋଗ ପ୍ରସଙ୍ଗ ରହିଛି । ସେହିପରି ୭୫ ଇନୋଭେଶନ ଚ୍ୟାଲେଞ୍ଜକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଦୀର୍ଘସ୍ଥାୟୀ ଏବଂ ଇଏସ୍ଜି, ବ୍ୟବସାୟ ଶ୍ରେଷ୍ଠତ୍ୱ, ଉତୋଳନ ଏବଂ ଖଣି ଖନନ ପ୍ରଣାଳୀକୁ ମଧ୍ୟ ସାମିଲ୍ କରାଯାଇଛି । ଏହି କାର୍ଯ୍ୟକ୍ରମର ଅଂଶୀଦାର ଫୋର୍ଜ ଇନକ୍ୟୁବେଟର ରହିଛି । ଏହା କର୍ପୋରେଟ୍ ଇନୋଭେଶନ୍ ଏବଂ ଷ୍ଟାର୍ଟ-ଅପ୍ ଆସିଲେଟର ସେବା ପରିଚାଳନା କରିବା ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ସହିତ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ । ଏହାକୁ ଫେସ୍ ବୁକ୍ ଏବଂ ଜୁମ୍ରେ ଲାଇଭ୍ ଷ୍ଟ୍ରିମଡ୍ କରାଯାଇଥିଲା । ବେଦାନ୍ତ ସ୍ପାର୍କ ଦ୍ୱାରା ନବୀନତମ ଏବଂ ଇନୋଭେଟିଭ୍ ଷ୍ଟାର୍ଟଅପ୍ କମ୍ପାନୀର ବିକାଶ ପାଇଁ କାର୍ଯ୍ୟ କରାଯିବ । ବେଦାନ୍ତ ସ୍ପାର୍କ ବିଶ୍ୱର ଷ୍ଟାର୍ଟ ଅପ୍ ସହିତ କାର୍ଯ୍ୟ କରିବ । ଏହା ଦୀର୍ଘସ୍ଥାୟୀ ଏବଂ ଶ୍ରେଷ୍ଠ ଏଚଏସ୍ଇ, ଅପରେଶନାଲ ଶ୍ରେଷ୍ଠତ୍ୱ, ଭଲ୍ୟୁମ୍ ରିକଭରି, ପ୍ରଦର୍ଶନ କ୍ଷମତା ବିକାଶ, ଆସେଟ୍ ଅପ୍ଟିମାଇଜେଶନ୍, ପ୍ରେଡ଼ିକ୍ଟିଭ୍ ମେଂଟେନାନ୍ସ୍, ଉତୋଳନ, ଖଣି ଖନନ ଏବଂ ବ୍ଲାଷ୍ଟିଂ କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏହି ଅବସରରେ ବେଦାନ୍ତ ଲିମିଟେଡ୍ର ଗ୍ରୁପ୍ କମର୍ସିଆଲ୍ ବରିଷ୍ଠ ଉପସଭାପତି ଶରଦ ଜର୍ଜିଆ କହିଲେ, ଆମେ ଇନୋଭେଶନ୍ ଉପରେ ଗୁରୁତ୍ୱାରୋପ କରିଥାଉ । ଏହାଦ୍ୱାରା ନୂତନ ସଂଗଠନର ବହୁଳ ବିକାଶ ସମ୍ଭବ ହୋଇପାରିବ । ଏହି ପଦକ୍ଷେପ ବେଶ୍ ସ୍ୱାଗତ ଯୋଗ୍ୟ । ଏହି ଅବସରରେ ବେଦାନ୍ତର ମୁଖ୍ୟ ଡିଜିଟାଲ ଅଫିସର ଆନନ୍ଦ ଲକ୍ଷ୍ମୀବରାହନ୍. ଆର୍. କହିଲେ, ଆମେ ଇନୋଭୋଟିଭ୍ ଏବଂ ସୃଜନଶୀଳ ଚିନ୍ତାଧାରାର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଛୁ । ଏହାଦ୍ୱରା ସଂଗଠନର ଭିତରେ ଏବଂ ବାହାରେ ଲୋକେ କାର୍ଯ୍ୟ କରିବାର ସୁଯୋଗ ଲାଭ କରିପାରୁଛନ୍ତି । ଏହାଦ୍ୱାରା ଆହ୍ୱାନ ଗ୍ରହଣ କରୁଥିବା ସଂଗଠନଗୁଡ଼ିକର କାର୍ଯ୍ୟ କ୍ଷେତ୍ର ପ୍ରଶସ୍ତ ହୋଇ ପାରୁଛି । ଏହି ଅବସରରେ ଫର୍ଜର ସହ-ପ୍ରତିଷ୍ଠାତା ତଥା ସିଇଓ ଭିଶ୍ ସହସ୍ରନାମମ୍. କହିଲେ, ଏହି ଅନନ୍ୟ କାର୍ଯ୍ୟକ୍ରମରେ ୧୬ଟି ପ୍ରସଙ୍ଗକୁ ସ୍ଥାନୀତ କରାଯାଇଛି । ସେହିପରି ୭୫ରୁ ଅଧିକ ନବୀନତମ ଚ୍ୟାଲେଞ୍ଜକୁ ଅନ୍ତର୍ଭୁକ୍ତ କରାଯାଇଛି । ଗ୍ଲୋବାଲ ଷ୍ଟାର୍ଟ-ଅପ୍ ଆସିଲେଟର କାର୍ଯ୍ୟକ୍ରମ ପାଇଁ ବେଦାନ୍ତ ସ୍ପାର୍କ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ । ବିଭିନ୍ନ ଷ୍ଟାର୍ଟ-ଅପ୍ ଏଥିରେ www.vedantaspark.com ୱେବସାଇଟ୍ ଦ୍ୱାରା ପଞ୍ଜିକରଣ କରିପାରିବେ । ଅଭିଜ୍ଞତା ଆଧାରରେ ସେମାନେ ଆବେଦନ ପତ୍ର ପୂରଣ କରିପାରିବେ । ବେଦାନ୍ତ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିବା ସେମାନଙ୍କର ଜ୍ଞାନକୌଶଳ ସୁବିଧା ସମ୍ପର୍କରେ ଉଲ୍ଲେଖ କରିବେ । ଏଥିପାଇଁ ବିଶ୍ୱବ୍ୟାପି ୧୦୦୦ରୁ ଅଧିକ ପଞ୍ଜିକରଣ ଆଶା କରାଯାଉଛି । ସେଥିମଧ୍ୟରୁ ୨୦ଟି ଷ୍ଟାର୍ଟ-ଅପ୍କୁ ବେଦାନ୍ତ ସହିତ କାମ କରିବାର ସୁଯୋଗ ମିଳିବ । ଚୟନ ପ୍ରକ୍ରିୟା ଅଭିଜ୍ଞ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ସମ୍ପନ୍ନ ହେବ । ବିଚାରକ ମଣ୍ଡଳୀରେ ବେଦାନ୍ତର ପ୍ରଫେଶନାଲ୍, ଡୋମେନ ଏକ୍ସପର୍ଟ ଏବଂ ଖ୍ୟାତି ସମ୍ପନ୍ନ ସରକାରୀ ମନ୍ତ୍ରଣାଳୟ ତଥା ଶିଳ୍ପସଂସ୍ଥା ଏକଷ୍ଟ୍ରନାଲ୍ ମେଂଟର ଭାବେ ରହିବେ । ଏହି କାର୍ଯ୍ୟକ୍ରମର ଅଂଶୀଦାର ଫୋର୍ଜ ଇନକ୍ୟୁବେଟର କର୍ପୋରେଟ୍ ଇନୋଭେଶନ୍ ଏବଂ ଷ୍ଟାର୍ଟ-ଅପ୍ ଆସିଲେଟର ସେବା ପରିଚାଳନା କରିବା ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ସହିତ କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.