ଚୋରା ଚାଲାଣ ବେଳେ ଶାଳଗଣ୍ଡି ଓ ଗାଡି ଜବତ

0 61

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବ ବନାଂଚଳ ପକ୍ଷରୁ ଚଢାଉ ବେଳେ ଚୋରାରେ ଚାଲାଣ ହେଉଥିବା କାଠ, ଗାଡି ଓ ଚାଲଣକାରୀଙ୍କୁ ଜବତ ସହ ଗିରଫ କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଅଂଚଳରୁ ରେକୁଟି ବାଟଦେଇ ଦଣ୍ଡାଧରକୁ ଚୋରା ଶାଳଗଣ୍ଡି ଯାଉଥିବା ବେଳେ ମାକ୍ଷାନଗର ବନାଂଚଳ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ୪୦୭ ଗାଡି ନଂ.ଓଆର ୦୪-୦୬୭୫ ଧରିବା ସହ ୧୦୦ ସିଫ୍ଟର ଶାଳଗଣ୍ଡି ଜବତ କରାଯାଇଛି । ଏଥି ସହିତ ଗଁଦିଆ ଅଂଚଳର ମନ୍ଦାର ଗ୍ରାମର ଅଜୟ ତରାଇକୁ ଗିରଫ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.