ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଧରପଗଡ

0 64

୮ ଚୋରା ଚାଲାଣକାରୀ ଗିରଫ ସହିତ ଗାଡି ଜବତ

ଢେଙ୍କାନାଳ,୧୧.୧୧ : ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବେଳେ ଧରପଗଡ କରାଯାଇ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗାଡି ଗୁଡିକ ଜବତ କରାଯାଇଛି । ସୂଚନା ଅନୁଯାୟୀ ବାଲିମୀ ଥାନା ପକ୍ଷରୁ ଓଆର ୧୯ ଇ ୨୦୩୫ ନଂ.ବିଶିଷ୍ଟ ଏକ କଳାମୁଗୁନି ପଥର ଟିପ୍ପରକୁ ଜବତ କରାଯାଇଥିବା ବେଳେ ଅନୁଗୁଳ ଜିଲ୍ଲା ବଅଁରପାଳ ଅଂଚଳର ଅପର୍ତିପୁର ଗ୍ରାମର ଜିତେନ୍ଦ୍ର ଦାସଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଟିପ୍ପରଟି ତର୍କାବେଡା ଖଣିରୁ ଚୋରାରେ କଳାମୁଗୁନି ପଥର ଆଣି ଶିଶୁଗୋଡା ସାଇଡ୍ରୁ ମୋଟଙ୍ଗା ସାଇଡ୍କୁ ନେଉଥିଲା । ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଝାରବନ୍ଧ ଠାରେ ଉକ୍ତ ଟିପ୍ପରକୁ ଜବତ କରିଥିଲା । ସେହିପରି ସଦର ଥାନା ପକ୍ଷରୁ ଗୋଟିଏ ଟ୍ରାକ୍ଟର ନଂ.ଓଡି ୦୬-୭୦୦୮ ମାଙ୍କଡା ପଥର ବୋଝେଇକରି ଭାପୁର ରାସ୍ତାରେ ଯାଉଥିବା ବେଳେ ବଡଧୋବା ଛକ ଠାରେ ପୋଲିସ ଗାଡିକୁ ଜବତ କରିବା ସହ ଇନ୍ଦିପୁର ଗ୍ରାମର ଡ୍ରାଇଭର ଦିଲ୍ଲିପ ପ୍ରଧାନ ଏବଂ ଟ୍ରାକ୍ଟର ମାଲିକ ଗୌରାଙ୍ଗ ସାହୁ ମୋଟ ୨ ଜଣଙ୍କୁ ଗିରଫ କରିଛି । ସେହିପରି ଓଡି ୦୬ ଏଚ୍ ୮୩୮୮ ନଂ.ମାଙ୍କଡାପଥର ବୋଝେଇ ଟ୍ରକ କୋଇଲିପଙ୍ଗୀ ଛକ ଠାରେ ସଦର ଥାନା ପକ୍ଷରୁ ଜବତ କରାଯାଇଥିବା ବେଳେ ବେଶାଳିଆ ଗ୍ରାମର ଡ୍ରାଇଭର କାର୍ତିକ ନାଏକ ଏବଂ ଟ୍ରାକ୍ଟର ମାଲିକ ଦୀନବନ୍ଧୁ ରାଉତ ମୋଟ ୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଏକ ଘଟଣାରେ ଆଉ ୨ଟି ଟ୍ରାକ୍ଟର ଓଡି ୦୬ ଡି ୩୮୦୧ ଏବଂ ଓଡି ୨୨ ଇ ୯୪୦୫ ବାଲି ବୋଝେଇ କରି ଗୁରୁଜଙ୍ଗ ଯାଉଥିବା ବେଳେ ଗୁରୁଜଙ୍ଗ ଛକ ଠାରେ ପୋଲିସ୍ ଟ୍ରାକ୍ଟର ୨ଟିକୁ ଜବତ କରିବା ସହ ଗୁରୁଜଙ୍ଗ ଗ୍ରାମର ଡ୍ରାଇଭର ଶବର ବିଶ୍ୱାଳ ଓ ରାକେଶ ବିଶ୍ୱାଳ,ଟ୍ରାକ୍ଟର ମାଲିକ ଦାମୋଦର ବିଶ୍ୱାଳ ମୋଟ ୩ ଜଣଙ୍କୁ ଗିରଫ କରିଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.