ହୋଣ୍ଡା ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଂଜିନ ଅଏଲ ଆଣିବା ଲାଗି ରେପସଲ ଲୁବ୍ରିକ୍ୟାଂଟସ, ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆର ସହ ସହଭାଗିତା

0 65

ଗୁରୁଗ୍ରାମ: ହୋଣ୍ଡାର ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଞ୍ଜିନ ଅଏଲ ଉପସ୍ଥାପନ କରିବା ଲାଗି ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ପେନର ସର୍ବବୃହତ ପେଟ୍ରୋଲିୟମ କଂପାନି ରେପସଲ ଲୁବ୍ରିକ୍ୟାଂଟସ୍ ସହ ବୁଝାମଣା କରାଯାଇଛି । ଏହି ସହଯୋଗିତା ମାଧ୍ୟମରେ ହୋଣ୍ଡା ରେପସଲ ମୋଟୋ ବାଇକର ଓ ମୋଟୋ ସ୍କୁଟର ଇଞ୍ଜିନ ଅଏଲ ଉନ୍ମୋଚନ କରାଯାଇଛି । ହୋଣ୍ଡା ମୋଟର କଂପାନି, ଜାପାନ ପକ୍ଷରୁ ଏହି ଇଞ୍ଜିନ ପରୀକ୍ଷଣ କରାଯିବା ସହ ତାହାକୁ ବ୍ୟବହାର କରିବାକୁ ସୁପାରିସ କରାଯାଇଛି । ହୋଣ୍ଡା ରେପସଲ ମୋଟୋକୁ କେବଳ ହୋଣ୍ଡା ଦୁଇଚକିଆ ଗାଡ଼ି ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଏହି କୋ-ବ୍ରାଣ୍ଡେଡ ଇଂଜିନ ଅଏଲର ଦୁଇଟି ଗ୍ରେଡ ରହିଛି । ତାହା ହେଉଛି ହୋଣ୍ଡା ରେପସଲ ମୋଟୋ ବାଇକର ୧୦ଡବ୍ଲୁ୩୦ ଏମଏ ଓ ହୋଣ୍ଡା ରେପସଲ ମୋଟୋ ସ୍କୁଟର ୧୦ଡବ୍ଲୁ୩୦ବି । ଉଭୟ ଇଂଜିନ ଅଏଲ ୮୦୦ ଏମଏଲ, ୯୦୦ ଏମଏଲ ଓ ୧୦୦୦ ଏମଏଲ ପ୍ୟାକରେ ନଭେମ୍ବରରୁ ଖୋଲା ବଜାରରେ ଉପଲବ୍ଧ ହୋଇଛି । ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣ୍ଡେ, ବରିଷ୍ଠ ଉପସଭାପତି-ଗ୍ରାହକ ସେବା, ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କହିଛନ୍ତି ଯେ, “ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆର କେନ୍ଦ୍ର ସ୍ଥଳରେ ରହିଛି ଗ୍ରାହକ ସନ୍ତୁଷ୍ଟି । ଗ୍ରାହକମାନଙ୍କୁ ଗୁଣାତ୍ମକ ଉତ୍ପାଦ ଓ ସେବା ପ୍ରଦାନ କରିବା ଲାଗି ଆମେ ନୂତନ ଉତ୍ପାଦ ହୋଣ୍ଡା ରେପସଲ ମୋଟୋ ଇଞ୍ଜିନ ଅଏଲ ଉନ୍ମୋଚନ କରିବା ପାଇଁ ରେପସଲ ଲୁବ୍ରିକ୍ୟାଂଟସ ସହ ହାତ ମିଳାଇଛୁ । ସମସ୍ତ ପିଜି ପେଟ୍ରୋଲିୟମ ଆଉଟଲେଟରେ ଆମେ ଇଞ୍ଜିନ ଅଏଲ ଉପଲବ୍ଧ କରାଇବୁ, ଫଳରେ ଗାଡ଼ି •ଳନା ଓ ମାଲିକାନାରେ ଆହୁରି ଉନ୍ନତି ହୋଇପାରିବ ।” କ୍ଲାରା ଭେଲାସ୍କୋ, ନିର୍ଦେଶକ-ଲୁବ୍ରିକ୍ୟାଂଟସ, ରେପସଲ କହିଛନ୍ତି ଯେ, “ବିଗତ ୨୬ ବର୍ଷ ଧରି ରେପସଲ ହୋଣ୍ଡା ମୋଟୋ ଜିପି ଟିମ ପାଇଁ ଉଭୟ ହୋଣ୍ଡା ଓ ରେପସଲ ସହଯୋଗୀ ହୋଇଛନ୍ତି ଏବଂ ଏହି •ହିଦା ଭିତିକ ପ୍ରତିଯୋଗିତା ସ୍ତର ଅନୁସାରେ ବିକଶିତ ହେଉଥିବା ଲୁବ୍ରିକ୍ୟାଂଟକୁ ବାଣିଜ୍ୟିକ ଉତ୍ପାଦରେ ପରିଣତ କରାଯାଉଛି । ଭାରତରେ କୋ-ବ୍ରାଣ୍ଡେଡ ଉତ୍ପାଦ ଉନ୍ମୋଚନ କରି ଏହି ସହଯୋଗିତାକୁ ଆହୁରି ଦୃଢ଼ କରିଥିବାରୁ ଆମେ ଉଲ୍ଲସିତ ଯାହା ଆମକୁ ଆମର ଉତ୍ପାଦ ବର୍ଗ ସଂପ୍ରସାରିତ କରିବାରେ ସହାୟକ ହୋଇଛି ।’’ ଶ୍ରୀଯୁକ୍ତ ପ୍ରଶାନ୍ତ ଆ•ର, ସିଇଓ, ଜିପି ପେଟ୍ରୋଲିୟମସ ଲିମିଟେଡ କହିଛନ୍ତି ଯେ, “ହୋଣ୍ଡା ସହିତ ସହଯୋଗିତା ସ୍ଥାପନ କରିବା ଏବଂ ଭାରତୀୟ ମୋଟରସାଇକଲ ଓ ସ୍କୁଟର ପ୍ରେମୀଙ୍କ ପାଇଁ କୋ-ବ୍ରାଣ୍ଡେଡ ପ୍ୟାକ ଉନ୍ମୋଚନ କରିବା ପାଇଁ ରେପସଲ-ହୋଣ୍ଡା ଫର୍ମୁଲା ଆଣିଥିବାରୁ ଆମେ ଆନନ୍ଦିତ । ପ୍ରିମିୟମ ମାନର ତେଳ ଓ ଫର୍ମୁଲାରୁ ହୋଣ୍ଡା ରେପସଲକୁ ତିଆରି କରାଯାଇଛି । ଏହି ସହଯୋଗିତା ସହିତ ଆମେ ଓଇଏମ ଭିତିକ କୋ-ବ୍ରାଣ୍ଡେଡ ଦୁଇ ଚକିଆ ଲୁବ୍ରିକ୍ୟାଂଟ କ୍ଷେତ୍ରରେ ପ୍ରବେଶ କରିଛୁ ।”

Leave A Reply

Your email address will not be published.