ଆଇସିଆଇସିଆଇ ବ୍ୟାଙ୍କର ମଡ୍ଗେଜ୍ ପୋର୍ଟଫୋଲିଓ ୨ ଲକ୍ଷ କୋଟି ଟଙ୍କା ସ୍ତର ଟପିଲା

0 54

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ମଡଗେଜ ଋଣ ବା ବନ୍ଧକ ଭିତିକ ଋଣ ପୋର୍ଟଫୋଲିଓ ୨ ଟ୍ରିଲିୟନ ଟଙ୍କା (୨ ଲକ୍ଷ କୋଟି ଟଙ୍କା) ମାଇଲଖୁଂଟ ଅତିକ୍ରମ କରିଛି, ଯଦ୍ୱାରା ଦେଶର ପ୍ରଥମ ଘରୋଇ କ୍ଷେତ୍ର ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ଏହି ସଫଳତା ହାସଲ କରିଛି । ବ୍ୟାଙ୍କ ପକ୍ଷରୁ ମଡଗେଜ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲକରଣ କରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଓ ସହଜ ଅନୁଭୂତି ପ୍ରଦାନ କରାଯାଉଥିବା ବେଳେ ତୁରନ୍ତ ଋଣ ମଞ୍ଜୁର କରାଯାଉଛି । ଦେଶର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ସହରଗୁଡ଼ିକରେ ବ୍ୟାଙ୍କର ଉପସ୍ଥିତି ସଂପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି । ମୁମ୍ବାଇରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଏବିଷୟରେ ଘୋଷଣା କରି ଶ୍ରୀଯୁକ୍ତ ଅନୁପ ବାଗଚି, କାର୍ଯ୍ୟର୍ନିବାହୀ ନିର୍ଦେଶକ, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ସାରା ଦେଶରେ ବିଗତ ଦୁଇ ଦଶନ୍ଧୀ ଭିତରେ ଗ୍ରାହକମାନଙ୍କ ପାଇଁ ରିଟେଲ ଋଣକୁ ବ୍ୟାପକ ଭାବେ ଓ ସହଜରେ ଉପଲବ୍ଧ କରାଇ ଆମେ ଏହି ଋଣରେ ଅଭିବୃଦ୍ଧି ଆଣିବାରେ ପରିବର୍ତନର ବାର୍ତାବହ ସାଜିଛୁ । ମୁଁ ଏହା ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ ଯେ ବିଗତ ବର୍ଷଗୁଡ଼ିକରେ ଆମର ନିରନ୍ତର ଉଦ୍ୟମ ଯୋଗୁଁ ଆମର ଖୁଚୁରା ବନ୍ଧକ ଋଣ ପରିମାଣ ୨ ଲକ୍ଷ କୋଟି ଟଙ୍କା ସ୍ତର ଅତିକ୍ରମ କରିଛି । ଏହି ମାଇଲଖୁଂଟ ଅତିକ୍ରମ କରିବାରେ ଏହା ଆମକୁ ଦେଶର ପ୍ରଥମ ଘରୋଇ କ୍ଷେତ୍ରର ବ୍ୟାଙ୍କରେ ପରିଣତ କରିଛି ।” ସମଗ୍ର ବନ୍ଧକ ଋଣ ପ୍ରକ୍ରିୟାର ଡିଜିଟାଲକରଣ ସହ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବିଗ ଡାଟା ଆନାଲିଟିକ୍ସକୁ ବ୍ୟବହାର କରି ନିୟୁତାଧିକ ପ୍ରାକ-ମଂଜୁର ଗ୍ରାହକମାନଙ୍କୁ ତକ୍ରାଳ ନୂଆ ଋଣ, ଟପ ଅପ ଏବଂ ବାଲାନ୍ସ ଟ୍ରାନ୍ସଫର ସୁବିଧା ଦିଆଯାଉଛି । ସମ୍ପୂର୍ଣ୍ଣ ଡିଜିଟାଲକରଣ ଯୋଗୁଁ ଗ୍ରାହକମାନେ ତୁରନ୍ତ ଋଣ ମଂଜୁର ସାର୍ଟିଫିକେଟ ପାଉଛନ୍ତି । ମହାମାରୀ ସମୟରେ ବ୍ୟାଙ୍କ ପକ୍ଷରୁ ଭିଡିଓ କେୱାଇସି ସୁବିଧା ଆରମ୍ଭ କରାଯାଇଛି ଯଦ୍ୱାରା ସେମାନେ ଘରେ ରହି ଓ ଶାଖା ପରିଦର୍ଶନ ନକରି ବ୍ୟାଙ୍କର ଗ୍ରାହକ ହୋଇପାରିବେ । ଏହି ସବୁ ପଦକ୍ଷେପ ଯୋଗୁଁ ଆଇସିଆଇସିଆଇ ବ୍ୟାଙ୍କ ଏହାର ନୂଆ ଗୃହ ଋଣର ଏକ ତୃତୀୟାଂଶ ଡିଜିଟାଲ ମାଧ୍ୟମରେ ହାସଲ କରିଛି । ଆସନ୍ତା ତିନି ବର୍ଷରେ ଏହାକୁ ତିନି ଚତୁର୍ଥାଂଶ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି । ଶ୍ରୀଯୁକ୍ତ ବାଗଚୀ କହିଛନ୍ତି ଯେ, “ସୁଲଭ ବାସଗୃହ କ୍ଷେତ୍ରରେ ଉଦୀୟମାନ ସହରଗୁଡ଼ିକରେ •ହିଦା ତ୍ୱର।।ନ୍ୱିତ ହେବାର ଆଶା ରଖି ଆମେ ଆମର ଉପସ୍ଥିତିକୁ ବ୍ୟାପକ କରିଛୁ । ଏବେ ଆମେ ମେଟ୍ରୋ ସହର ବାହାରେ ୨,୩ ଓ ୪ ଶ୍ରେଣୀୟ ସହରରେ ୧,୧୦୦ ସ୍ଥାନରେ ଉପସ୍ଥିତ ରହିଛୁ । ଶୀଘ୍ର ପ୍ରକ୍ରିୟାକରଣ ପାଇଁ ବିଗତ ଦୁଇ ବର୍ଷରେ ଆମେ ଆମର ଋଣ ପ୍ରକ୍ରିୟାକରଣ କେନ୍ଦ୍ର ସଂଖ୍ୟା ୧୭୦ରୁ ବାଇ ୨୦୦ରେ ପହଂ•ଇଛୁ ।” ଦ୍ୱିତୀୟ ତ୍ରୟମାସ ଫଳାଫଳରେ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଏହାର ବନ୍ଧକ ଭିତିକ ଋଣ ପ୍ରାକ-କୋଭିଡ ସ୍ତରକୁ ଅତିକ୍ରମ କରିଛି ଏବଂ ସେପ୍ଟେମ୍ବରରେ ସର୍ବକାଳୀନ ମାସିକ ଉଚ୍ଚ ସ୍ତରରେ ପହଂଚିଛି । ଶ୍ରୀଯୁକ୍ତ ରବି ନାରାୟଣନ, ହେଡ-ସିକ୍ୟୁରଡ ଆସେଟସ, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଅଧିକ ଆବଂଟନ ହୋଇଛି । ଅକ୍ଟୋବରରେ ସର୍ବକାଳୀନ ଅଧିକ ମଡଗେଜ ଆବଂଟନ ହୋଇଛି ।” ଏହି ଅଭିବୃଦ୍ଧି ପଛର କାରଣ ସଂପର୍କରେ ସେ କହିଛନ୍ତି ଯେ, “ସମଗ୍ର ପ୍ରକ୍ରିୟାର ଡିଜିଟାଲକରଣ କରାଯାଇଥିବାରୁ ଗ୍ରାହକମାନେ ନିଜ ଘରେ ସୁବିଧାରେ ରହି ଋଣ ପାଇଁ ଆବେଦନ କରିଥିଲେ । ଆମେ ଏକ ଭର୍ଚୁଆଲ ପ୍ରଦର୍ଶନୀ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲୁ ଯାହା ଜରିଆରେ ଗ୍ରାହକମାନେ ପ୍ରାୟ ୪୧,୬୦୦ ମଂଜୁରପ୍ରାପ୍ତ ରିଅଲ ଇଷ୍ଟେଟ ପ୍ରକଳ୍ପ ବିଷୟରେ ଜାଣିପାରିଲେ, ଫଳରେ ସେମାନଙ୍କୁ ସାଇଟ ଭ୍ରମଣ କରିବାକୁ ପଡ଼ିନଥିଲା । ଏହା ଗ୍ରାହକମାନଙ୍କ ପାଇଁ ଏହି ମହାମାରୀ ସମୟରେ ବିଶେଷ ଭାବେ ସହାୟକ ହୋଇଛି ।” ଶ୍ରୀଯୁକ୍ତ ନାରାୟଣନ କହିଛନ୍ତି ଯେ, “ବିଗତ କିଛି ମାସରେ ନିଜ ପାଇଁ ଘର କିଣୁଥିବା ଗ୍ରାହକମାନେ ପୁଣି ଥରେ ବଜାରକୁ ଫେରିଛନ୍ତି । ଆମର ବିଶ୍ୱାସ ରହିଛି ଯେ ନିଜ ସ୍ୱପ୍ନର ଘର କିଣିବା ଲାଗି ଏହା ଶ୍ରେଷ୍ଠ ସମୟ କାରଣ ଗୃହ ଋଣ ଉପରେ ସୁଧ ହାର କମ ଥିବା ବେଳେ ମହାରାଷ୍ଟ୍ର ଭଳି କିଛି ରାଜ୍ୟରେ ସଂପତି ପଂଜୀକରଣ ଉପରେ ଷ୍ଟାମ୍ପ ଡ୍ୟୁଟି କମ କରାଯାଇଛି ଏବଂ ଡେଭେଲପରମାନେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି ।” ଗ୍ରାହକମାନଙ୍କ ସ୍ୱପ୍ନର ଘର ପାଇଁ ଫାଇନାନ୍ସ ସୁବିଧା ପ୍ରଦାନ କରିବା ଲାଗି ବିଗତ କିଛି ବର୍ଷ ଭିତରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଅଭିନବ ଡିଜିଟାଲ ଋଣ ଉତ୍ପାଦ ଆରମ୍ଭ କରାଯାଇଛି । ଏଥିରେ ବନ୍ଧକ ଗ୍ୟାରେଂଟି ଭିତିକ ଋଣ, ଷ୍ଟେଟ ଅପ ଋଣ ଏବଂ ଏନଆରଆଇ ମଡଗେଜ ଋଣ ଆଦି ରହିଛି ।

Leave A Reply

Your email address will not be published.