ନିଲାମ ହେଲା ଦାଉଦ ସମ୍ପତ୍ତି, ତିଆରି ହେବ ଆତଙ୍କୀ ବିରୋଧୀ ଜାତୀୟ ସାମ୍ମୁଖ୍ୟ

0 66

ମୁମ୍ୱାଇ: ମୋଷ୍ଟ ୱାଣ୍ଟେଡ୍ ଦାଉଦ ଇବ୍ରାହିମର ୬ଟି ସମ୍ପତ୍ତି ଇ-ନିଲାମ କରାଯାଇଛି । ଏହି ସମ୍ପତ୍ତିଗୁଡ଼ିକ ମହାରାଷ୍ଟ୍ରର ଖେଡ୍ ଜିଲ୍ଲା ଅନ୍ତର୍ଗତ ର˜ଗିରିରେ ଦାଉଦର ପରିବାର ଲୋକଙ୍କ ନାଁରେ ପଞ୍ଜୀକରଣ ହୋଇଥିଲା । ଏହାକୁ ୨୨.୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ତେବେ ଏହି ୬ ସମ୍ପତ୍ତି ମଧ୍ୟରୁ ୨ଟିକୁ ଦିଲ୍ଲୀରେ ଅବସ୍ଥାପିତ ଦୁଇ ଜଣ ଆଇନଜୀବୀ କିଣିଛନ୍ତି । ରିଜର୍ଭ ଦରରେ ଆଇନଜୀବୀ ଭୂପେନ୍ଦ୍ର କୁମାର ଭରଦ୍ୱାଜ ଗୋଟିଏ ଜମିର ୪ଟି ପାର୍ସଲ କିଣିଛନ୍ତି । ଏଠାରେ ସେ ଆତଙ୍କୀ ବିରୋଧୀ ଜାତୀୟ ସାମ୍ମୁଖ୍ୟ ଗଠନ କରିବେ । ଏହି ସମ୍ପତ୍ତିଗୁଡ଼ିକ ଦାଉଦର ମା’ ଅମୀନା ବି ଓ ଭଉଣୀ ହସୀନା ପାରକେରଙ୍କ ନାଁରେ ପଞ୍ଜୀକରଣ ହୋଇଥିଲା । ଏହାକୁ ଆଇନ ଅନୁସାରେ ନିଲାମ କରାଯାଇଛି । ଅନ୍ୟତମ ଆଇନଜୀବୀ ଅଜୟ ଶ୍ରୀବାସ୍ତବ ମଧ୍ୟ ରିଜର୍ଭ ପ୍ରାଇସରୁ ଅଧିକ ମୂଲ୍ୟରେ ଦୁଇଟି ସମ୍ପତ୍ତି କିଣିଛନ୍ତି । ଏହା ମଧ୍ୟରେ ଗୋଟିଏ ଦୁଇ ମହଲାର ବିଲଡିଂ ରହିଛି । ଏହି ବିଲ୍ଡଂରେ ଦାଉଦ ଓ ତଦା’ର ସମ୍ପର୍କୀୟ ୧୯୯୦ରେ ରହୁଥିଲେ । ତେବେ ସେମାନେ ଭାରତରୁ ଫେରାର ହେବା ପରେ ଏହା ଖାଲି ପଡ଼ିଥିଲା । ଅନ୍ୟପକ୍ଷରେ ଦାଉଦର ସହଯୋଗୀ ଇକବାଲ ମିର୍ଚ୍ଚିର ସାନ୍ତାକ୍ରୁଜ ନିକଟରେ ଥିବା ୧୨୪୫ ସ୍କୋୟାର ଫୁଟର ଏକ ବିଲିଡିଂ ମଧ୍ୟ ଆଜି ନିଲାମ ହେବାର ଥିଲା । ଏହାର ମୂଲ୍ୟ ୩.୪୫ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା । ତେବେ ଟେକ୍ନିକାଲ ତ୍ରୁଟି ଯୋଗୁ ଏହା ସମ୍ଭବ ହୋଇନାହିଁ ।

Leave A Reply

Your email address will not be published.