ଭାରତ-ଚାଇନା ମଧ୍ୟରେ ୩ ସୂତ୍ରୀ ବୁଝାମଣା

0 70

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ବାଟ ପିଟିଛି । ଦୁଇ ଦେଶ ସୀମାରେ ଡିସଏନଗେଜମେଣ୍ଟ କରିବା ପାଇଁ ୩ ସୂତ୍ରୀ ବୁଝାମଣା କରିଥିବା ଜଣାପଡ଼ିଛି । ଏହି ବୁଝାମଣା ଅନୁଯାୟୀ, ଦୁଇ ଦେଶର ଆର୍ମି ଇଷ୍ଟର୍ଣ୍ଣ ଲଦାଖ ସୀମାରୁ ପଛକୁ ହଟିବେ । ଦୁଇ ଦେଶର ଯବାନ କେବଳ ପଛକୁ ହଟିବେ ନାହିଁ ବରଂ ଏପ୍ରିଲ-ମେ’ ମାସରେ ସୀମାରେ ରହିଥିବା ସ୍ଥିତାବସ୍ଥାକୁ ବଜାୟୀ ରଖିବେ । ନଭେମ୍ବର ୬ରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଚିଶୁଲରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଉଭୟ ଦେଶ ଡିଏନଗେଜମେଣ୍ଟ କରିବାକୁ ୩ ସୂତ୍ରୀ ବୁଝାମଣା କରିଥିବା ଜଣାପଡ଼ିଛି । ବୁଝାମଣା ଅନୁଯାୟୀ ଆସନ୍ତା ୩ ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହେବ । ଦୁଇ ଦେଶ ସୀମାରେ ମୁତୟନ କରିଥିବା ଯୁଦ୍ଧ ଗାଡ଼ି, ଟାଙ୍କ ଓ ଅନ୍ୟାନ୍ୟ ଗାଡ଼ି ମୋଟରକୁ ପଛକୁ ଘୁଞ୍ଚାଇବେ । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ଏହା ଯଥେଷ୍ଟ ଦୂରରେ ଯେମିତି ରହିବ, ତା’ର ବ୍ୟବସ୍ଥା କରିବେ । ଦ୍ୱିତୀୟ ବୁଝାମଣା ଅନୁଯାୟୀ, ଦୁଇ ଦେଶ ପାଙ୍ଗୋଙ୍ଗ ହ୍ରଦ ନିକଟରେ ମୁତୟନ କରିଥିବା ଯବାନଙ୍କୁ ପଛକୁ ଘୁଞ୍ଚାଇବେ । ପ୍ରତିଦିନ ୩୦% ଓ ୩ ଦିନ ମଧ୍ୟରେ ସମସ୍ତ ସୈନ୍ୟ ପଛକୁ ହଟିବେ । ଏହାର ଅର୍ଥ ଭାରତୀୟ ଯବାନମାନେ ଧନ ସିଂହ ଥାପ୍ପା ପୋଷ୍ଟକୁ ଆସିବେ ଓ ଚାଇନିଜ୍ ଯବାନ ପିଙ୍ଗର ୮ର ପୂର୍ବ ଅଞ୍ଚଳକୁ ଫେରିବେ । ତୃତୀୟ ବୁଝାମଣା ଅନୁଯାୟୀ, ଚୁଶୁଲ ଓ ରେଜାଙ୍ଗ ଲା ଅଞ୍ଚଳର ଯେଉଁ ସବୁ ଉଚ୍ଚସ୍ଥାନକୁ ଦୁଇ ଦେଶ ଦଖଲ କରିଛନ୍ତି, ସେଠାରୁ ପଛକୁ ହଟିବେ । ସେହିପରି ଦୁଇ ଦେଣ ପରସ୍ପର ସହ କରିଥିବା ବୁଝାମଣାକୁ ମାନୁଛନ୍ତି କି ନାହିଁ, ତା’ ଉପରେ ନଜର ରଖାଯିବ ।

Leave A Reply

Your email address will not be published.