ଭାରତ ବିରୋଧୀ ବୟାନ ସବୁଠୁ ଅଧିକ ବିକ୍ରି ହୋଇଥାଏ: ପାକ୍

0 76

ଇସଲାମାବାଦ: ପାକିସ୍ତାନ ରାଜନୀତିରେ କେବଳ ଭାରତ ବିରୋଧୀ ବୟାନ୍ ହିଁ ଅଧିକ ଗୁରୁତ୍ୱ ବହନ କରେ । ଯେଉଁ ନେତା ଯେତେ ଅଧିକ ଭାରତ ବିରୋଧରେ କହିବେ ସେହି ନେତା ସେତେ ଚର୍ଚ୍ଚାରେ ରହିବେ । ଏମିତିକି ରାଜନେତା ମାନେ ଭାରତ ବିରୋଧରେ ନକହିଲେ ତାଙ୍କୁ ସାବାସି ମିଳେ ନାହିଁ । ଭାରତ ବିରୋଧୀ ମନ୍ତବ୍ୟ ଦେଲେ ହିଁ ପାକିସ୍ତାନ ନେତାଙ୍କ ପେଟ ପୋଷି ହୋଇଥାଏ । ଏକଥା ଖୋଦ୍ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି । ଇମ୍ରାନ ଖାନଙ୍କ ଜଣେ ଘନିଷ୍ଠ ସହଯୋଗୀ ଫିରଦୋସ ଆଶିକ୍ ଆହ୍ୱାନ ଏହାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ପାକିସ୍ତାନରେ ଭାରତ ବିରୋଧୀ ବୟାନ ସବୁଠୁ ଅଧିକ ବିକ୍ରି ହୋଇଥାଏ । ଭାରତକୁ ବିରୋଧ କରିବା ହିଁ ଆମର ଜୀବିକା । ସେଥିପାଇଁ ସମସ୍ତ ରାଜନେତା ଏହି ପ୍ରସଙ୍ଗକୁ ଅଧିକ ଗରୁତ୍ୱ ଦେଇଥାନ୍ତି । ପାକିସ୍ତାନୀ ପଞ୍ଜାବର ସୂଚନା ଓ ସଂସ୍କୃତି ବ୍ୟାପାରର ବିଶେଷ ସହାୟକ ଫିରଦୋସ୍ ଆଶିକ୍ ଆୱାନ୍, ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍କୁ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି । ପାକିସ୍ତାନରେ ଭାରତ ଏବଂ ମୋଦି ବିରୋଧୀ ନାରା ସତେ ଯେମିତି ସାଧାରଣ କଥା ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା ପରେ ଆୱାନା କହିଥିଲେ ଏଠାରେ ଜନସାଧାରଣଙ୍କ ଚିନ୍ତାଧାରା ଭାରତ ବିରୋଧୀ । ତେଣୁ ସେମାନଙ୍କୁ ଭାରତ ବିରୋଧୀ ନାରା ଅଧିକ ସୁହାଇଥାଏ । ଯାହାଫଳରେ ନେତାମାନେ ଭାରତ ବିରୋଧୀ ବୟାନ ବାରମ୍ବାର ଦେଉଛନ୍ତି । ଆଉ ବଜାରରେ ସେହି ବୟାନ ହିଁ ଅଧିକ ବିକ୍ରି ହେଉଛି । ବଜାରରେ ଯାହା ଅଧିକ ବିକ୍ରି ହୋଇଥାଏ ଲୋକ ତାକୁ ହିଁ ଅଧିକ ବିକ୍ରି କରିଥାନ୍ତି । ଏହା କେବଳ ସରକାରୀ ଦଳ ନୁହେଁ ବିରୋଧୀ ତ ଏଭଳି ମନ୍ତବ୍ୟ ବିକ୍ରି କରିଛନ୍ତି ଯାହା ମୋଦିଙ୍କ ପାଇଁ ଅତ୍ୟନ୍ତ ମଜାଳିଆ ଏବଂ ଆଶ୍ଚର୍ଯ୍ୟକର । ପାକିସ୍ତାନରେ ପିଟିଆଇ ସରକାର ଆସିବା ପୂର୍ବରୁ ଇମ୍ରାନ ଖାନଙ୍କ “ମୁଭମେଣ୍ଟ ଫର ଚେଞ୍ଜ’ ଅଭିଯାନରେ ଅୱାନା ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଇମ୍ରାନ ଖାନ୍ ପ୍ରାୟ ଏକ ମାସ ଧରି ଇସ୍ଲାମାବାଦ୍କୁ ଘେରାଉ କରି ରଖିଥିଲେ । ସେ ପାକିସ୍ତାନର ପିପୁଲ୍ସ ପାର୍ଟି ସରକାରରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଏପ୍ରିଲ୍ ୨୦୧୯ ରେ, ଇମ୍ରାନ ଖାନ ତାଙ୍କ ସରକାରରେ ଅୱାନା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ସ୍ୱତନ୍ତ୍ର ସହାୟକ ପଦବୀରେ ବସାଇଥିଲେ । ସେହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରିୟ ସ୍୍ୱୟଂ ସେବକ ସଂଘ ଏବଂ ଭାରତୀୟ ସେନା ବିରୋଧରେ ଅନେକ ମିଥ୍ୟା ଅଭିଯୋଗ ମଧ୍ୟ ଆଣିଥିଲେ । ଇମ୍ରାନ ତାଙ୍କ ଅଭିଭାଷଣରେ କାଶ୍ମୀରକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଭାରତ କାଶ୍ମୀରକୁ ବେଆଇନ ଭାବେ ଦଖଲ କରି ରଖିଛି ଏବଂ ସେଠାକାର ଲୋକଙ୍କ ମାନବିକ ଅଧିକାରର କ୍ଷୂର୍ଣ୍ଣ କରୁଛି ।

Leave A Reply

Your email address will not be published.