ମହିଳା ପୋଲିସ୍ ଅଧିକାରୀଙ୍କ ଆଖିତାଡ଼ି ଗୁଳି ମାରିଲେ ତାଲିବାନ

0 61

କାବୁଲ୍: ତାଲିବାନ୍ ଆତଙ୍କବାଦୀଙ୍କ ସହ ଶାନ୍ତି ସ୍ଥାପନ କରିବାପାଇଁ ଆଫଗାନିସ୍ଥାନ ସରକାରଙ୍କ ଚୁକ୍ତି ପରେ ବି ସେଠାରେ ଆତଙ୍କୀ କାର୍ଯ୍ୟକଳାପ କମୁନାହିଁ । ପୋଲିସ୍ ଷ୍ଟେସନ୍ରେ କାର୍ଯ୍ୟ କରିବା କାରଣରୁ ଆତଙ୍କବାଦୀମାନେ ଜଣେ ୩୩ ବର୍ଷୀୟ ମହିଳା ଅଧିକାରୀଙ୍କ କେବଳ ଆଖି ତାଡ଼ି ନାହାନ୍ତି ବରଂ ଆଖିରେ ଛୁରୀ ଭୁସିବା ପରେ ଗୁଳି ମଧ୍ୟ ମାରିଛନ୍ତି । କିନ୍ତୁ ଆଖପାଖରେ ଥିବା ଲୋକଙ୍କ ସାହାଯ୍ୟରେ ସେ ଠିକ୍ ସମୟରେ ହସ୍ପିଟାଲ୍ରେ ପହଞ୍ଚି ପାରିଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଛି । ରିପୋର୍ଟ ଅନୁସାରେ, ୩୩ ବର୍ଷୀୟ ଖଟେରା ଆଫଗାନିସ୍ଥାନ ଗଜନୀ ପ୍ରାନ୍ତର ଏକ ପୋଲିସ୍ ଷ୍ଟେସନ୍ରେ ଚାକରୀ କରନ୍ତି । ସେ ତିନି ମାସ ପୂର୍ବରୁ ଏହି ଥାନାରେ ଜଣେ ଅଧିକାରୀ ରୂପେ ନିଯୁକ୍ତ ହୋଇଥିଲେ । କିଛି ମାସ ପୂର୍ବେ ତାଲିବାନ୍ମାନେ ସରିୟା ଆଇନ୍ ଅନୁଯାୟୀ ମହିଳାଙ୍କୁ ସମ୍ମାନ କରିବେ ବୋଲି କହିଥିଲେ । କିନ୍ତୁ ସେମାନେ ଏହି ନିୟମକୁ ନମାନି ଏପରି କାର୍ଯ୍ୟ କରିଥିଲେ । ଏହାଛଡ଼ା ଉକ୍ତ ମହିଳା ଏହି ଘଟଣା ପାଇଁ ତାଙ୍କ ବାପାଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ପୋଲିସ୍ ଚାକିରୀକୁ ନେଇ ତାଙ୍କ ପିତା ଖୁସି ନଥିଲେ । ଡ୍ୟୁଟିରେ ଗଲାବେଳେ ସେ କେତେଥର ତାଙ୍କ ପଛେପଛେ ଆସିଛନ୍ତି ଏବଂ ସେ ହିଁ ଆଖପାଖରେ ଥିବା ତାଲିବାନଙ୍କୁ କହି ଡ୍ୟୁଟିରେ ଯିବା ପାଇଁ ବାଧା ସୃଷ୍ଟି କରୁଥିଲେ । ଏଥିସହ ସେ ପୋଲିସ୍ ଆଇଡି କାର୍ଡର ଫଟୋକପି ମଧ୍ୟ ସେମାନଙ୍କୁ ପଠାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.