ରାଜ୍ୟରେ ୯୮୬ କରୋନା ସଂକ୍ରମିତ ଚିହ୍ନଟ

0 70

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୮୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୫୯୮୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୨ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୧୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୪ଜଣ, ବାଲେଶ୍ୱର ଜିଲ୍ଲାରୁ ୪୩ଜଣ, ବରଗଡ଼ ଜିଲ୍ଲାରୁ ୩୪ଜଣ, ଭଦ୍ରକ ଜିଲ୍ଲାରୁ ୧୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬ଜଣ, ବୌଦ୍ଧ ଜିଲ୍ଲାରୁ ୮ଜଣ, କଟକ ଜିଲ୍ଲାରୁ ୮୧ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୬ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ଜଣ, ଜଗତସିଂହପୁର ଜିଲ୍ଲାରୁ ୫୪ଜଣ, ଯାଜପୁର ଜିଲ୍ଲାରୁ ୨୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯ଜଣ, କଳାହାଣ୍ଡି ଜିଲ୍ଲାରୁ ୪୨ଜଣ, କନ୍ଧମାଳ ଜିଲ୍ଲାରୁ ୧୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୪ଜଣ, କେନ୍ଦୁଝର ଜିଲ୍ଲାରୁ ୪୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧୨ଜଣ, କୋରାପୁଟ ଜିଲ୍ଲାରୁ ୧୪ଜଣ, ମାଲକାନଗିରି ଜିଲ୍ଲାରୁ ୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫ଜଣ, ନୟାଗଡ଼ ଜିଲ୍ଲାରୁ ୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୩୮ଜଣ, ପୁରୀ ଜିଲ୍ଲାରୁ ୩୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୬ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୦ଜଣ, ଷ୍ଟେଟ ପୁଲ୍‌ରୁ ୨୩ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୫୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୯୭୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୯୨୪୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୧୨୨୯୩୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.