ଗଜପତିର ସଫଳ ନୃତ୍ୟଶିଳ୍ପୀ ଜାହ୍ନବୀ

0 71

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମହାଦେବୀପୁରର ଜାହ୍ନବୀ ଜେନା ୨୦୨୦ ବର୍ଷର ସଫଳ ନୃତ୍ୟଶିଳ୍ପୀ । ପିଲା ଦିନରୁ ରୁଚି ରଖୁଥିବା ଜାହ୍ନବୀଙ୍କ ମାତା ଚ୍ୟୁତପ୍ରିୟା ଜେନା ପାରଳାଖେମୁଣ୍ଡି ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗରେ ସିନିଅର ଆସିଷ୍ଟାଣ୍ଟ ରୂପେ କାର୍ଯ୍ୟରତ । ତାଙ୍କର ଦ୍ୱିତୀୟ କନ୍ୟା ସନ୍ତାନ କୁମାରୀ ଜାହ୍ନବୀ ନିପୁଣ ବେଲି ଡ୍ୟାନ୍ସର ତଥା ଅନ୍ୟାନ୍ୟ ନୃତ୍ୟ ଯଥା ଫ୍ରିଷ୍ଟାଇଲ, କନ୍ଟେମ୍ବରାରୀ ଓ ହିପ୍ହିପ୍ ଆଦି ଡ୍ୟାନ୍ସରେ ବେଶ ପ୍ରବୀଣ । ଟି.ଭି. ଦେଖି ଦେଖି ସୁଶ୍ରୀ ଜାହ୍ନବୀ ଘରେ ରହି ନିଜେ ନିଜେ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ଟିଭିର ବିଭିନ୍ନ ରିୟାଲିଟି ସୋ ମାନଙ୍କରେ ମଧ୍ୟ ଅଂଶ ଗ୍ରହଣ କରି ପ୍ରଶଂସାର ପ୍ରିୟପାତ୍ର ହୋଇ ପାରିଥିଲେ । ତାଙ୍କ ନୃତ୍ୟ ଦେଖି ନୃତ୍ୟଗୁରୁ ଶୁଭେନ୍ଦୁ ମୋହନ ସେନାପତି ବିଧିବଦ୍ଧ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେ ସମ୍ବଲପୁରୀ ନୃତ୍ୟ ପାଇଁ ରାଜ୍ୟ ସ୍ତରରେ ମନୋନୀତ ହୋଇ ପାରିଥିଲେ । ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ସ୍ୱାଗତିକା ମଲ୍ଟି ଟ୍ୟାଲେଣ୍ଟରେ ଅଂଶ ଗ୍ରହଣ କରି ମିସ୍ ସ୍ୱାଗତିକା ୨୦୨୦ ଟାଇଟଲ୍ ହାସଲ କରି ପାରିଥିଲେ । ତାପରେ କୋଲକତା ସ୍ଥିତ ଡ୍ରିମ୍ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଆୟୋଜିତ ପ୍ରତିଯୋଗୀତାରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିପାରିଥିଲେ । ଗଜପତି ଉତ୍ସବରେ ମଧ୍ୟ ନୃତ୍ୟ ପରିବେଷଣ କରି ବେଶ୍ ପ୍ରଶଂସା ଭାଜନ ହୋଇପାରିଥିଲେ । ଗଜପତି ଜିଲ୍ଲା ଡ୍ୟାନ୍ସ ଟ୍ୟାଲେଣ୍ଟର ନୃତ୍ୟ ଗୁରୁ ରାଜୁ ପଡାଲଙ୍କ ଠାରୁ ନୃତ୍ୟ ଶିଖି ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିପାରିଛନ୍ତି । ଏଥିସହ ଗଜପତିର ପୂର୍ବତନ ପୋଲିସ୍ ସୁପରିଟେଣ୍ଡେଣ୍ଟ ସାରା ଶର୍ମାଙ୍କର ଏରୋବିକ୍ ଓ ଜୁମ୍ବା ଟ୍ରେନର ମଧ୍ୟ ରହିସାରିଛନ୍ତି । ସେହିପରି ନେହେରୁ ଯୁବା ଉତ୍ସବ-୨୦୧୯ ଫ୍ୟାସନ ପ୍ରତିଯୋଗୀତାରେ ମିସ୍ ଫ୍ୟାସନେବଲରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏ ସବୁ ଦୃଷ୍ଟିରୁ ସେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ମଡେଲ ତଥା କୋରିଓ ଗ୍ରାଫର ହେବାର ଭବିଷ୍ୟ ଆଶା ରଖି ଅଛନ୍ତି । ଏସବୁ ଦିଗରେ ନିଜର ଜନ୍ମଦାତ୍ରୀ ମାତାଙ୍କୁ ଆଦର୍ଶ ମାନି ତାଙ୍କରି ପଦାନୁସର କରିଚାଲିଛନ୍ତି ।

Leave A Reply

Your email address will not be published.