ପାନୀୟ ଜଳ ଯୋଗାଣ ରେ ଅବ୍ୟବସ୍ଥା, ସଙ୍କଟରେ ଗ୍ରାମବାସୀ

0 62

ମ ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସାଇଦଳଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଟୁର୍ଚ୍ଚୀ ଗ୍ରାମ ଠାରେ ଦୀର୍ଘ ଦିନ ହେବ ଏକ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଯା ଫଳରେ ଟୁର୍ଚ୍ଚୀ ଗ୍ରାମ ର ୩ ଟି ୱାର୍ଡ ଓ ସାଇ ଦଲଙ୍ଗା ଗ୍ରାମ ର ୨ ଟି ୱାର୍ଡ ର ପାଖାପାଖି ୫୫୦୦ ରୁ ଅଧିକ ଲୋକ  ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।ସୂଚନାରୁ ପ୍ରକାଶ ଯେ ଆଜିକୁ ପ୍ରାୟ ଦୀର୍ଘ ୧୮ ବର୍ଷ ପୂର୍ବେ ଏହି ୨ ଟି ଗ୍ରାମ ର ଅଧିବାସୀ ଙ୍କ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ ର ସ୍କୁଲ୍ ପରିସର ପାଖରେ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା।କିନ୍ତୁ ଗତ ଏକମାସ ହେଲା ରାସ୍ତା କଡ ରେ ଥିବା  ପାଇପ୍ ଟି କୌଣସି କାରଣ ବଶତଃ ଫାଟି ଯିବା ପରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଛି। କିନ୍ତୁ ୨ ଟି ଗ୍ରାମର ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୁନ। ଏଣୁ ବାଧ୍ୟ ହୋଇ ସେମାନେ ପାଖରେ ଥିବା ପୋଖରୀ, କୂଅ ଓ ନଳକୂପ ର ଦୂଷିତ ପାଣି ବ୍ୟବହାର କରି ନାନାଦି ପ୍ରକାରର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ  ଗ୍ରାମବାସୀ ଙ୍କ ସମସ୍ୟା ନେଇ ଆମ ପ୍ରତିନିଧି  ଫୋନଯୋଗେ ଜଳ ଯୋଗାଣ ବିଭାଗ ର ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା କହିବା ସହ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇବାପରେ ସେ ଯଥା ଶୀଘ୍ର ଏହାର ତଦନ୍ତ କରି ମରାମତି କାର୍ଯ୍ୟ ତୁରନ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି। ଦେଖିବାକୁ ବାକିରହିଲା ସରକାରୀ ବାବୁଙ୍କ ଦେଇଥିବା ପ୍ରତିଶୃତି କେବେ ପୂରଣ ହେଉଛି।ଓ ଲୋକେ ପାନୀୟ ଜଳ ସଙ୍କଟ ରୁ କେବେ ଶୋଷ ମେଣ୍ଟାଉଛନ୍ତି ।

Leave A Reply

Your email address will not be published.