ନୀଳଗିରିର ପୋଲିସର ଚଢ଼ାଉ

0 72

୪ ଚୋରା ପଥର ବୋଝେଇ ଡମ୍ଫର ଜବତ୍ , ୫ ଗିରଫ

ନୀଳଗିରି : ନୀଳଗିରି ପୋଲିସ ପକ୍ଷରୁ ୪ ପଥର ବୋଝେଇ ଡମ୍ଫର ଜବଦ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ଉକ୍ତ ଡମ୍ଫର ପଥର ବୋଝେଇ କରି ମିତ୍ରପୁର ଅଂଚଳକୁ ଯାଉଥିଲା । ଡମ୍ଫର ଗୁଡିକ ଜବତ୍ କରି ନୀଳଗିରି ଥାନାକୁ ଅଣାଯାଇଥିଲା । ଏହି ଡମ୍ଫର ଗୁଡିକ ନଂ ଓ.ଡି. ୧୧ଏଫ୍ ୨୭୬୫, ଓ.ଡି. ୦୧ଜି ୩୦୨୪, ଓ.ଡି.୦୧ ୱାଇ ୮୬୩୨ ଏବଂ ଓ.ଡି. ୨୯ବି୯୯୨୨ ବୋଲି ଜଣାପଡିଛି । ଏହାକୁ ନେଇ ନୀଳଗିରି ଥାନାରେ ମାମଲା ରୁଜୁ କରାଯାଇ ପରମାନନ୍ଦ ସିଂ , ବିଘ୍ନେଶ୍ୱର ଦାସ , ଦିପୁ ମୁର୍ମୁ , ପିତାମ୍ବର ମଢ଼ୁଆଳ ଓ ଭାଷ୍କର ଧାମୁଡିଆ ଗିରଫ କରି କୋର୍ଟ ଚାଲାଣ କରାଯିବା କଥା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.