ଅଭିନେତା ଆସିଫ୍ ବସ୍ରା କଲେ ଆତ୍ମହତ୍ୟା

0 78

ମୁମ୍ବାଇ: ବଲିଉଡର ଏବେ ଆଉଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ “କାଇ ପୋ ଚେ’ରେ କାମ କରିଥିବା ଅଭିନେତା ଆସିଫ୍ ବସ୍ରା ଆତ୍ମହତ୍ୟା କରିଛନ୍ତି । ସେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡ଼ା ରୋଡ଼ରେ ଥିବା ଏକ କ୍ୟାଫେ ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ ଏହି ପଦକ୍ଷେପ କାହିଁକି ନେଇଛନ୍ତି ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଖବର ମିଳିବା ମାତ୍ରେ ପୁଲିସ୍ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ୫୩ ବର୍ଷିୟ ଆସିଫ୍ ବସ୍ରା ଗତ ୫ ବର୍ଷ ଧରି ମ୍ୟାକ୍ଲେଡଗଞ୍ଜର ଏକ ଭଡ଼ା ଘରେ ରହୁଥିଲେ । ତାଙ୍କ ସହିତ ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ । କୁହାଯାଉଛି ଯେ ଆସିଫ୍ ଗୁରୁବାର ଅପରାହ୍ନରେ ନିଜ ପୋଷା କୁକୁରକୁ ବୁଲେଇବାକୁ ନେଇଥିଲେ । ଏହା ପରେ ସେ ଘରକୁ ଫେରି ସେହି ପଷା କୁକୁରର ଦଉଡ଼ିରେ ନିଜକୁ ଫାଶି ଦେଇଦେଇଛନ୍ତି । ଆସିଫ୍ଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏଥି ସହିତ ବଲିଉଡ୍ରେ ପୁଣି ଥରେ ଶୋକର ଲହରୀ ଖେଳିଯାଇଛି । ଆସିଫ୍ ବସ୍ରା ଜଣେ ଜଣାଶୁଣା ଟେଲି ଆକ୍ଟର । ସେ ବହୁତ ବଲିଉଡ୍ ଫିଲ୍ମ ଯେପରିକି “ପରଜାନିୟା’ “ବ୍ଲାକ୍’ “ଫ୍ରାଇଡେ’ ଓ “ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’ ବ୍ୟତୀତ ହଲିଉଡର “ଆଉଟସୋର୍ସ’ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ସିନେମାର ମଧ୍ୟ ଜଣେ ଜଣାଶୁଣା ଚେହେରା ଥିଲେ । ୧୯୯୮ରେ ତାଙ୍କୁ ଫିଲ୍ମ “ୱୋ’ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ସେବେଠାରୁ ଏପର୍ଯ୍ୟନ୍ତ ସେ ପାଖାପାଖି ଏକ ଡର୍ଜନରୁ ଅଧିକ ଫିଲ୍ମରେ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିସାରିଲେଣି ।

Leave A Reply

Your email address will not be published.