ମୋଦି ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଦେଲେ : ରାହୁଳ

0 72

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶର ଅର୍ଥନୀତି ନେଇ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ଗୁରୁବାର ଏକ ଟ୍ୱିଟ୍ କରି ଭାରତର ଇତିହାସରେ ପ୍ରଥମ ଥର ଏଭଳି ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି ବୋଲି କହିଛନ୍ତି । ମୋଦି ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଦେଲେ ବୋଲି ସେ କହିଛନ୍ତି । ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଅନୁମାନ ହିସାବରେ, ୨୦୨୦-୨୧ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଅର୍ଥାତ୍ ଜୁଲାଇରୁ ସେମ୍ୱେର ମଧ୍ୟରେ ଆର୍ଥିକ ବିକାଶ ହାର ନକରାତ୍ମକ ରହିଛି । ୨ୟ ତ୍ରୟମାସରେ ଜିଡିପି ହାର -୮.୬% ହ୍ରାସ ପାଇଛି । ଏନେଇ ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଭାରତର ଏଭଳ ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ତେବେ ମୋଦି ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଛନ୍ତି । ମୋଦି ସରକାରଙ୍କ ନୋଟବନ୍ଦୀ, ଲକଡାଉନ, ଜିଏସଟି ସମେତ ଅନ୍ୟ ଅର୍ଥନୈତିକ ନିଷ୍ପତ୍ତିଗୁଡ଼ିକୁ ନେଇ ରାହୁଲ ଗାନ୍ଧି ଲଗାତର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ନୋଟବନ୍ଦୀର ୪ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ଗରିବଙ୍କୁ ମାରିବା ଓ ପୁଞ୍ଜିପତିଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ବୋଲି ରାହୁଲ କହିଥିଲେ ।

Leave A Reply

Your email address will not be published.