ୟେସ ବ୍ୟାଙ୍କ ଦୁର୍ନୀତି: ରାଣା କପୁରଙ୍କ ଝିଅଙ୍କୁ ମିଳିଲା ଜାମିନ

0 69

ମୁମ୍ୱାଇ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ଝିଅ ରୋଶନୀଙ୍କୁ ଆଜି ମୁମ୍ୱାଇର ଏକ ମାଜିଷ୍ଟ୍ରେଟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ୟେସ ବ୍ୟାଙ୍କ ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହେବାକୁ ସମନ କରାଯାଇଥିଲା । ଗତମାସରେ ରୋଶନୀ କପୁରଙ୍କୁ କୋର୍ଟ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ କରିଥିଲେ । ସେ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ମିଳିଛି । ୟେସ ବ୍ୟାଙ୍କ ଦୁର୍ନୀତି ଘଟଣାରେ ସିବିଆଇ ତା’ ଚାର୍ଜସିଟ୍ରେ ୮ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା । ଏହା ମଧ୍ୟରେ ରୋଶନୀ ମଧ୍ୟ ରହିଥିଲେ । ଜୁନ୍ ମାସରେ ପ୍ରୋଭିଜନ ଅଫ ପ୍ରିଭେନସନ ଅଫ କର୍ପସନ(ପିସି) ଆକ୍ଟ ଓ ଆଇପିସି ଜରିଆରେ ରାଣା କପୁର ଓ ଅନ୍ୟମାନଙ୍କ ନାଁରେ ଚାର୍ଜଶିଟ କରିଥିଲା । ତେବେ ପିସି ଆଇନ ଅନୁଯାୟୀ, ସିବିଆଇ ଲଗାଇଥିବା ଅଭିଯୋଗକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗ୍ରହଣ କରି ନଥିଲେ । ଗତ ମାସରେ ମାଜିଷ୍ଟ୍ରେଟ କୋର୍ଟ ସିବିଆଇ ଚାର୍ଜଶିଟ୍କୁ ଗ୍ରହଣ କରିଥିଲେ ଓ ଗିରଫ ହୋଇ ନଥିବା ସମସ୍ତ ସଦସ୍ୟଙ୍କୁ ହାଜର ହେବାକୁ ସମନ କରିଥିଲେ । ଏମାନଙ୍କ ମଧ୍ୟରେ ରୋଶନୀ ମଧ୍ୟ ରହିଥିଲେ । ରୋଶନୀ ହାଜର ହେବା ସହ ଜାମିନ ପାଇଁ ଆବେଦନ କରିଥିଲେ । ୨୦୧୮ ମସିହାରେ ୟେସ ବ୍ୟାଙ୍କରେ ୩, ୭୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଣା କପୁର ଗିରଫ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.