ବିଜେପିର ବେଙ୍ଗଲ ଅଧ୍ୟକ୍ଷଙ୍କ କନଭୟ ଉପରେ ଆକ୍ରମଣ

0 110

କୋଲକାତା: ବିଜେପିର ବେଙ୍ଗଲ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଅନ୍ୟ ଦଳୀୟ ନେତାଙ୍କ କନଭୟ ଉପରେ ଆଜି ଜୋରଦାର ଆକ୍ରମଣ କରାଯାଇଛି । ପଶ୍ଚିମବଙ୍ଗର ଅଲୀପୁରଦୁଆର ଜିଲ୍ଲାରେ ଘଟିଥିବା ଏହି ଘଟଣାକୁ ନେଇ ଚାରିଆଡ଼େ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଆକ୍ରମଣରେ କାଲଚିନି ବିଧାୟକ ୱିଲସନ ଛମାରୀଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଛି । ତେବେ ଏହି ହମଲା ପଛରେ କିଏ ରହିଛି, ସେକଥା ଏଯାଏ ଜଣାପଡ଼ିନାହିଁ । କିଛି ଦିନ ପୂର୍ବରୁ ଦିଲ୍ଲୀପ ଘୋଷ କ୍ଷମତାସୀନ ତୃଣମୂଳ କଂଗ୍ରେସର କର୍ମୀ ମାନଙ୍କୁ ଖୋଲାଖୋଲି ଧମକ ଦେଇଥିଲେ । ସେ କହିଥିଲେ ଯେ ଯଦି ଟିଏମସି କର୍ମୀମାନେ ସେମାନଙ୍କ ସୀମା ମଧ୍ୟରେ ନ ରହିବେ, ତା’ହେଲେ ସେମାନଙ୍କୁ ହସ୍ପିଟାଲ ନ ହେଲେ ମଶାଣିକୁ ଯିବାକୁ ପଡ଼ିବ । ତେଣୁ ଏହି ଆକ୍ରମଣକୁ କିଛି ଲୋକ ଉକ୍ତ ଧମକ ସହ ଯୋଡ଼ିଛନ୍ତି ।

Leave A Reply

Your email address will not be published.