ଏଣିକି ୭୦ ପ୍ରତିଶତ ଯାତ୍ରୀ କରିପାରିବେ ବିମାନ ଯାତ୍ରା

0 60

ନୂଆଦିଲ୍ଲୀ ୧୨ ।୧୧ : କରୋନା ମହାମାରୀ ଆରମ୍ଭରୁ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାର୍ଚ୍ଚରୁ ବିମାନ ସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଥିଲା । ଏହାପରେ ପର୍ଯ୍ୟାୟ କ୍ରମେ ବିମାନ ସେବା ପୁଣି ଚାଲୁ କରାଯାଇଥିଲା କିନ୍ତୁ ବିମାନ ଚଳାଚଳ ଠାରୁ ଯାତ୍ରୀ ବହନ କ୍ଷମତା ସବୁଥିରେ କଟକଣା ରହିଥିଲା । ଯାହା ଫଳରେ ଯାତ୍ରୀମାନେ ବିମାନ ଯାତ୍ରା କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ବିମାନ କଟକଣା କୋହଳ ହୋଇଛି । ପୂର୍ବରୁ କରୋନା ସଂକ୍ରମଣ ଓ ସାମାଜିକ ଦୂରତା ବଜାୟକୁ ଦୃଷ୍ଟିରେ ରଖି ମାତ୍ର ୬୦% ଯାତ୍ରୀଙ୍କୁ ନେଇ ବିମାନ ଯାତ୍ରା କରିବାର ଅନୁମତି ଥିଲା । ମାତ୍ର ଏବେ ଯାତ୍ରୀବାହୀ ବିମାନ ଗୁଡିକର ଯାତ୍ରୀ ବହନ କ୍ଷମତାକୁ ଆହୁରି ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହାଫଳରେ ବର୍ତ୍ତମାନ ଏୟାରଲାଇନ୍ସ କମ୍ପାନୀ ଗୁଡିକ ୭୦ ପ୍ରତିଶତ ପର୍ଯ୍ୟନ୍ତ ଟିକଟ ବିକ୍ରି କରିପାରିବେ । ଏବଂ ବିମାନରେ ୭୦ ପ୍ରତିଶତ ଯାତ୍ରୀ ଯାତ୍ରା କରିପାରିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଶତ ପ୍ରତିଶତ ବିମାନ ଚଳାଚଳ ପାଇଁ ଅନୁମତି ମିଳିନାହିଁ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୂର୍ବରୁ ମେ ୨୫ ରେ ବିମାନ ଚଳାଚଳକୁ ଅନୁମତି ଦେଇ ମାତ୍ର ୩୩% ଯାତ୍ରୀ ବହନ କ୍ଷମତାର ଅନୁମତି ଦେଇଥିଲେ ଓ ଏହା ପରେ ପୁଣି ଜୁନ୍ ୨୬ରେ ଏହାକୁ ବୃଦ୍ଧି କରି ୪୫ ପ୍ରତିଶତ ଯାତ୍ରୀଙ୍କୁ ନେଇ ବିମାନ ଯାତ୍ରା କରିପାରି ବୋଲି ଅନୁମତି ଦେଇଥିଲେ । କିନ୍ତୁ ପୂର୍ବ ମାସରେ ବିମାନର ଯାତ୍ରୀ ବାହୀ କ୍ଷମତା ୬୦% ଆସ୍ତା ବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା । ଏବଂ ବର୍ତମାନ ସଂକ୍ରମଣ ହାର କମୁଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପୁଣି ଯାତ୍ରୀ ବହନ କ୍ଷମତା ବୃଦ୍ଧି ହୋଇଛି ।

Leave A Reply

Your email address will not be published.