ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି ଦେବା ମାମଲା: 3ଙ୍କୁ ଆଜୀବନ ଜେଲ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଓ ଦୌରାଜଜଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ବଳି ଦେବା ମାମଲାର ବିଚାର କରି ଅଭିଯୁକ୍ତ ଦ୍ୱୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବତନ ସେନା କର୍ମଚାରୀ ଚୌଧୁରୀ ଅବିନାଶ ଦାସ ଓରଫ ମୁନା ଏବଂ ଅନ୍ୟ ଜଣେ ବୈକୁଣ୍ଠ ଦାସ ଓରଫ ବୈରାଗୀ। ଅଭିଯୁକ୍ତଦ୍ୱୟ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗୋଖାପଡ଼ା ଗ୍ରାମର। ଅଭିଯୁକ୍ତ ଦ୍ୱୟ ଗ୍ରାମର ପ୍ରତାପ ନାୟକ ଓ ପୁର୍ଣ୍ଣିମା ନାୟକଙ୍କ ୮ ବର୍ଷର ଶିଶୁ ପୁତ୍ର ରାଜାକୁ ବଳି ଦେଇଥିଲେ। ଘଟଣାଟି ଘଟିଥିଲା ୨୦୧୫ ମସିହା ଏପ୍ରିଲ ୧୩ ତାରିଖରେ।

ମାମଲାର ବିବରଣୀରୁ ପ୍ରକାଶ ଗୋଖାପଡ଼ା ଗ୍ରାମର ପ୍ରତାପ ନାୟକ ଓ ପୂର୍ଣ୍ଣିମା ନାୟକଙ୍କ ୨ ଝିଅ ଓ ଗୋଟିଏ ପୁଅ। ପ୍ରତାପ ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରୁଥିଲ। ତେଣୁ ପୂର୍ଣ୍ଣିମା ଦୁଇ ଝିଅ ଓ ପୁଅକୁ ନେଇ ଚଳୁଥିଲେ। ୨୦୧୫ ମସିହା ଏପ୍ରିଲ ୧୩ ତାରିଖରେ ମହା ବିଷୁବ ସଂକ୍ରାନ୍ତି ଅବସରରେ ଗ୍ରାମରେ ଥିବା ହନୁମାନଜୀଉଙ୍କ ପୀଠରେ ହୋମ ଯଜ୍ଞ ଚାଲିଥିଲା। ଏହାକୁ ଦେଖିବା ପାଇଁ ପ୍ରତାପଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ପୁଅ ରାଜା ସାଙ୍ଗ ମାନଙ୍କ ସହ ସେଠାକୁ ଯାଇଥିଲା। ହେଲେ ରାତିରେ ଘରକୁ ଫେରି ନ ଥିଲା। ଏନେଇ ପୂର୍ଣ୍ଣିମା ବିଭିନ୍ନ ସ୍ଥାନ ଖୋଜିଥିଲେ। ଯଜ୍ଞ ପାଖକୁ ଯାଇଥିଲେ। ହେଲେ ସେଠାରେ ପାଇ ନ ଥିଲେ। ବିଭିନ୍ନ ସ୍ଥାନ ଖୋଜିଥିଲେ। ତଥାପି ପୁଅର ସନ୍ଧାନ ମିଳି ନ ଥିଲା।

Leave a Reply

Your email address will not be published. Required fields are marked *