‘ମୁଁ ବାରିପଦାକୁ ଭଲପାଏ ସେଲଫି କର୍ଣ୍ଣର ଉଦ୍ଘାଟିତ

0 75

ବାରିପଦା,୧୨/୧୧: ଐତିହ୍ୟ ସମ୍ପର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଏବଂ କିର୍ତୀରାଜି ସମ୍ଭାର ତଥା ଭାତୃତ୍ୟ ଭାବର ପ୍ରସାର ନିମନ୍ତେ ବାରିପଦା ପୌରପାଳିକା ୟୁଡବ୍ଲ୍ୟୁଇଆଇ ପ୍ରକଳ୍ପ ଯୋଜନାରେ ରାସ୍ତା ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ବାରିପଦା ପୌର ପରିଷଦ ତରଫରୁ କାର୍ଯ୍ୟକାରୀ କରାଯାଉଥିବାବେଳେ ମୁଁ ବାରିପଦାକୁ ଭଲପାଏ ବାର୍ତା ବହନ କରୁଥିବା ଏକ ସେଲଫି କର୍ଣ୍ଣର ତା.୧୧.୧୧.୨୦୨୦ ରିଖ ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଅଛି । ଏହି ଅବସରରେ ବାରିପଦା ପୌରପାଳିକା ଆନୁକୂଲ୍ୟରେ ବାରିପଦା ଭଞ୍ଜପୁର ସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ୍ ପି.ପରମାର୍, ବାରିପଦା ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ବାରିପଦା, ପି. ଅନ୍ୱେଷା ରେଡ୍ଡି, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମୁଁ ବାରିପଦାକୁ ଭଲପାଏ ସେଲଫି କର୍ଣ୍ଣର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସୂଚନାଯୋଗ୍ୟ ଯେ, ରାସ୍ତା ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ପାଇଁ ସରକାରଙ୍କ ୟୁଡବ୍ଲ୍ୟୁଇଆଇ ପ୍ରକଳ୍ପ ଯୋଜନାରେ ମୋଟ ୫ ଲକ୍ଷ ୪୯ ହଜାର ୫୦୦ଟଙ୍କା ବ୍ୟୟରେ ଉକ୍ତ କାର୍ଯ୍ୟ ତ୍ୱରାନ୍ନିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସପୃକ୍ତ ବିଭାଗ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.