ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ !

0 69

ନୂଆଦିଲ୍ଲୀ, ୧୩|୧୧: ସାରା ଦେଶ କରୋନା ମହାମାରୀ ମଧ୍ୟରେ ଦୀପାବଳି ପାଳନ କରିବାକୁ ଯାଉଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ସ୍ୱତନ୍ତ୍ର ଅନ୍ଦାଜରେ ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଚଳିତ ଥର ଜୟସାଲମେର ସୀମାରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସିଡିଏସ ବୀପିନ ରାଓ୍ୱତ, ସେନା ମୁଖ୍ୟ ଏମଏମ ନରଓ୍ୱଣେ ମଧ୍ୟ ସାମିଲ ହୋଇପାରନ୍ତି । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଦୀପାବଳି ଉତ୍ସବ ଯବାନଙ୍କ ସହ ପାଳନ କରି ଆସୁଛନ୍ତି । ଏହାପୂର୍ବରୁ ମୋଦୀ ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ସମେତ ଅନ୍ୟ ସ୍ଥାନରେ ଯବାନଙ୍କ ଗହଣରେ ଦୀପାବଳି ମନାଇଛନ୍ତି । ଏହି ଦିନ ପ୍ରଧାନମନ୍ତ୍ରୀ ଯବାନଙ୍କୁ ସାକ୍ଷାତ କରିବା ସହ କିଛି ସମୟ ବିତାଇଥାନ୍ତି । ଏପରିକି ମିଠା ମଧ୍ୟ ବାଣ୍ଟିଥାନ୍ତି । ଗତ କିଛିଦିନ ଧରି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ପରିସ୍ଥିତି ଉତ୍ତେଜନାମୂଳକ ରହିଛି । ଏପରି ସ୍ଥିତିରେ ଯଦି ପ୍ରଧାନମନ୍ତ୍ରୀ ଯବାନଙ୍କୁ ଭେଟନ୍ତି ତେବେ ଯବାନଙ୍କ ମନୋବଳ ବୃଦ୍ଧି ପାଇବ । ସୂଚନାଯୋଗ୍ୟ, ଲଦ୍ଦାଖ ଉତ୍ତେଜନା ମଧ୍ୟରେ ମୋଦୀ ହଠାତ ଲେହ ଗସ୍ତ କରିଥିଲେ । ଏହି ଗସ୍ତରେ ସେ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାସହ ସମ୍ବୋଧନ ମଧ୍ୟ କରିଥିଲେ ।  

Leave A Reply

Your email address will not be published.