ହୋଣ୍ଡା ପକ୍ଷରୁ ୨୦ ଦିନରେ ହାଇନେସ୍ ସିବି-୩୫୦ର ଡେଲିଭରି ୧୦୦୦ ଟପିଲା

0 58

ଭୁବନେଶ୍ୱର: ଗ୍ରାହକମାନଙ୍କ ସର୍ବବୃହତ ବିଶ୍ୱାସ ଜୟ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦ ଦିନରେ ୧୦୦୦ରୁ ଅଧିକ ହାଇନେସ୍ ସିବି-୩୫୦ ବାଇକ୍ର ଡେଲିଭରି କରାଯାଇଛି । ଖୁବ୍ କମ୍ ଦିନ ଭିତରେ ହାଇନେସ୍ ସିବି-୩୫୦କୁ ନେଇ ସଚେତନତା, ଚାହିଦା ଏବଂ ଗ୍ରହଣୀୟତା ବଡ଼ ସହରାଚଂଳ ଠାରୁ ଆରମ୍ଭ କରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକରେ ଦେଖିବାକୁ ମିଳିଛି । ହୋଣ୍ଡା ୨ ହ୍ୱିଲର୍ସ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବରରେ ହାଇନେସ୍-ସିବି ୩୫୦-କୁ ଉନ୍ମୋଚନ କରାଯାଇ ୪୫୦-୫୦୦ ସିସି ମୋଟରସାଇକଲ୍ ବର୍ଗରେ ବଡ଼ ଧରଣର ପ୍ରବେଶ କରାଯାଇଛି । ମୂଳରେ ସିବି ଡିଏନ୍ଏ ଥିବା ହାଇନେସ୍-ସିବି ୩୫୦ ଡିଏଲ୍ଏକ୍ସ ଓ ଡିଏଲ୍ଏକ୍ସ ପ୍ରୋ ଭଳି ଦୁଇଟି ଭାରିଆଂଟ୍ରେ ଏହା ତିନି ପ୍ରକାର ରଙ୍ଗ ବିକଳ୍ପ ସହ ଉପଲବ୍ଧ ହେଉଛି । ହୋଣ୍ଡା ବ୍ରାଣ୍ଡ୍ ଉପରେ ଭରସା ପ୍ରକଟ କରିଥିବା ଗ୍ରାହକମାନଙ୍କୁ ଧନ୍ୟବାଦ ପ୍ରଦାନ କରି ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ହାଇନେସ୍-ସିବି ୩୫୦ ପାଇଁ ଆମେ ଯେଉଁ ଭଲ ପାଇବା ଓ ପ୍ରଶଂସା ପାଇଛି ତାହାକୁ ଆଶା ଠାରୁ ଅଧିକ । ବିଭିନ୍ନ ବୟସ ବର୍ଗ ଯଥା ୧୮ ବର୍ଷରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତର ଗ୍ରାହକମାନେ ହାଇନେସ୍-ସିବି ୩୫୦କୁ ସେମାନଙ୍କ ପ୍ରଥମ ପସନ୍ଦରେ ପରିଣତ କରିଛନ୍ତି । ଆମେ ଏଥିପାଇଁ ବହୁତ ଗର୍ବିତ ଯେ ଆମର ସୀମିତ ସଂଖ୍ୟକ ବିଗ୍ ୱିଙ୍ଗ୍ ନେଟ୍ୱର୍କ ସତ୍ୱେ ଆମେ ଏତେ କମ୍ ସମୟ ଭିତରେ ଏଭଳି ବଡ଼ ଧରଣର ସଫଳତା ପାଇଛୁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ପ୍ରତିକ୍ରିୟା ଏବଂ ଗ୍ରାହକମାନଙ୍କୁ ଭଲ ଭାବେ ସେବା ପ୍ରଦାନ କରିବାରେ ଉଲ୍ଲସିତ ଥିବାରୁ ଆମେ ଆମର ହୋଣ୍ଡା ବିଗ୍ୱିଙ୍ଗ୍ ନେଟ୍ୱର୍କର ସଂପ୍ରସାରଣକୁ ନେଇ ଯେଉଁ ଯୋଜନା ରଖିଥିଲୁ ତାହା ଉପରେ ପୁନର୍ବିଚାର କରିବୁ ।’’ ହାଇନେସ୍-ସିବି ସାଇନ୍ସକୁ ଗ୍ରାହକମାନେ ଯେଭଳି ସୁବିଧାରେ ଉତ୍ସବ ସମୟରେ କିଣିପାରିବେ ତାହାକୁ ନିଶ୍ଚିତ କରିବା ଲାଗି କଂପାନି ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କ ସହ ବୁଝାମଣା କରାଯାଇଛି । ଗ୍ରାହକମାନେ ଗାଡ଼ିର ଅନ୍-ରୋଡ୍ ମୂଲ୍ୟର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଫାଇନାନ୍ସ ପାଇପାରିବେ । ଏହା ବ୍ୟତୀତ କ୍ଷେତ୍ରର ଶ୍ରେଷ୍ଠ ୫.୬% ସୁଧ ମଧ଼୍ୟ ପାଇପାରିବେ ଯାହା ବଜାରରେ ପ୍ରଚଳିତ ଥିବା ସୁଧ ହାରର ଅଧା ସହ ସମାନ । ଗ୍ରାହକମାନେ ଚାହିଁଲେ ୪୯୯୯ ଟଙ୍କିଆ ଇଏମ୍ଆଇ ବିକଳ୍ପ ମଧ୍ୟ ଚୟନ କରିପାରିବେ ।

Leave A Reply

Your email address will not be published.