ଉକ୍ରର୍ଷ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ହେବ ଡିଜିଟାଲ୍ ଶିକ୍ଷାଦାନ

0 56

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଉକ୍ରର୍ଷବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ୍ ଶିକ୍ଷାଦାନ ସଂପର୍କରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ପ୍ରକାର ଅନ୍ଲାଇନ୍ ଶିକ୍ଷାବ୍ୟବସ୍ଥା ପାଇଁ ପଦକ୍ଷେ ପ ନିଆଯାଉଛି । ସଂପ୍ରତି ହ୍୍ୱାଟସ୍ଆପ୍ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଦୀକ୍ଷା ଆପ୍, ମୁ ଆପ୍ ଜରିଆରେ ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକ, ପାଠ୍ୟ ଭିଡିଓ ଦେଖି ପାରୁଛନ୍ତି । ଦୂରଦର୍ଶନ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଦୈନିକ ୩ ଘଣ୍ଟା ଶିକ୍ଷାଦାନ ଚାଲୁ ରହିଥିବାବେଳେ ଅନ୍ୟ ଶ୍ରେଣୀର ଶିକ୍ଷାଦାନ ପାଇଁ ପ୍ରୟାସ ଜାରି ରହିଛି । ସେହି ପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ରେଡିଓ- ପାଠଶାଳା କାର୍ଯ୍ୟକ୍ରମ ହାତକୁ ନିଆ୩୪ାଇଛି । ଭିନ୍ନକ୍ଷମ ପିଲାଙ୍କ ପାଇଁ କମ୍ୟୁନିଟି ରେଡିଓ ମାଧ୍ୟମ ପରି ରେଡିଓ-ସୁରଭି କାର୍ଯ୍ୟକ୍ରମ କରାଯାଉଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ସମେତ ସମସ୍ତ ଆଦର୍ଶ ବିଦ୍ୟାଳୟ ଓ ୧୦୧ଟି ଉକ୍ରର୍ଷ ବିଦ୍ୟାଳୟରେ ଅନ୍ଲାଇନ୍ ଶିକ୍ଷାଦାନ ଚାଲୁରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରାମର୍ଶ କ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଅନ୍ଲାଇନ୍ ଶିକ୍ଷାଦାନ ପ୍ରକ୍ରିୟାକୁବ୍ୟା ପକ କରିବା ପାଇଁ ଟାଟା କନ୍ସଲ୍ଟାନ୍ସି ଲିମିଟେଡ୍ ତରଫରୁ ଟି.ସି.ଏସ୍, ଆଇ ଓ ଏନ୍ ଡିଜିଟାଲ୍ ଗ୍ଲାସ୍ରୁମ୍ କାର୍ଯ୍ୟକ୍ରମ ରାଜ୍ୟର ୧୦୧ଟି ଉକ୍ରର୍ଷବିଦ୍ୟାଳୟ ଓ ୨୧୪ଟି ଓଡ଼ିଶା ଆଦର୍ଶବିଦ୍ୟାଳୟରେ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି । ଏହା ଟାଟା କନ୍ସଲ୍ଟାନ୍ସି ଲିମିଟେଡ୍ର ସିଏସ୍ଆର ତରଫରୁ ବିନାମୂଲ୍ୟରେ କରାଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, କାର୍ଯ୍ୟ-ଫରଦ, ଗୃହ ପାଠ୍ୟ, ଡିବେଟ୍, କୁଇଜ୍ ସର୍ବେକ୍ଷଣ ଆଜିବିଭିତ୍ତ ଶିକ୍ଷଣ କାର୍ଯ୍ୟ କରିପାରିବେ । ଏହି ଶିକ୍ଷଣ କାର୍ଯ୍ୟକୁ ସୁଚାରୁ ରୁପେ ସଂପାଦନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିନାମୂଲ୍ୟରେ ଟିସିଏସ୍ ଦ୍ୱାରା ତାଲିମ ଦିଆଯିବ, ଯାହାଦ୍ୱାରା କି ସେମାନେବିଭିତ୍ତ ପ୍ରକାରର ଡିଜିଟାଲ୍ ଶିକ୍ଷକତା ପ୍ଲାଟ୍ଫର୍ମ ଓ ଶିକ୍ଷାବିଜ୍ଞାନ ବିଷୟରେ ପ୍ରେରଣା ପାଇ ପାରିବେ । ଏହି ତାଲିମ ଶିକ୍ଷକ ଶକ୍ଷି ୟିତ୍ରୀମାନେ ନିଜ ସମୟ ସୁବିଧା ଅନୁସାରେ ଦିନକୁ ୧/୨ ଘଣ୍ଟା ସମୟ ଦେ ଇ ଶିକ୍ଷା ଶେଷ କରିବେ । ଏହି କ୍ୟାରିଆର ଏବେ ତାଲିମ ଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଅନ୍ଲାଇନ୍ ଶିକ୍ଷଣ ସଂପର୍କିତ ବିଭିନ୍ନ କୌଶଳ ଜାଣି ପାରିବେ ଓ କ୍ରମାଗତ ନିଜର ଶିକ୍ଷଣ ଦକ୍ଷତାକୁ ବୃଦ୍ଧି କରିବା ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହୋଇ ପାରିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉ ପଦେଷ୍ଟା ଡ.ବିଜୟ କୁମାର ସାହୁ,ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାର, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ପ୍ରମୁଖ ଏହି ଭର୍ଚୁଆଲ୍ ବୈଠକରେ ଯୋଗଦେଇଥିଲେ ।

Leave A Reply

Your email address will not be published.