ପ୍ରଶାସନିକ ଅବହେଳା କାଲେସ ଗୁଡା ଓ ହରିପୁର ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ôଚତ

0 59

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତର କାଲେସ ଗୁଡା ଓ ହରିପୁର ଗ୍ରାମରେ ଦୀର୍ଘ ବର୍ଷ ହେଲା ରାସ୍ତା, ପିଇବା ପାଣି ଓ ବିଦ୍ୟୁତ୍ ସମସ୍ୟା ଲାଗି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ କିମ୍ବା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ବ୍ୟବସ୍ଥା ଗ୍ରହଣ ନକଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଏକ ବଡଧରଣର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ଏବଂ ତା ସହିତ ଆଗାମୀ ଦିନରେ ରାସ୍ତାରୋକ ଠାରୁ ଆରମ୍ଭ କରି ଭୋଟ ବର୍ଜନ କରାଯିବ ବୋଲି ମଧ୍ୟ ଅଞ୍ଚଳବାସୀ ସେମାନଙ୍କ ଅଭିଯୋଗରେ କହି ଚେତାବନୀ ଦେଇଛନ୍ତି । ଶିଆଳି ପଞ୍ଚାୟତ ହରିପୁର ଗ୍ରାମର ଶୁରେଶ ଶବର ଓ ଅନ୍ୟମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉପରେ ସେମାନଙ୍କର ଅଭିଯୋଗ ଗ୍ରାମକୁ ରୋଡ, ପାନୀୟ ଜଳ ବ୍ୟବସ୍ଥା ସହିତ ବିଦ୍ୟୁତ ସମସ୍ୟା ମଧ୍ୟ ଦୀର୍ଘବର୍ଷ ଧରି ଲାଗି ରହିଛି । ଉପରୋକ୍ତ ସମସ୍ୟା ନେଇ ସରପଞ୍ଚଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ କୌଣସି ପଦକ୍ଷେପ ନେଉ ନାହାନ୍ତି । କାଲେସ ଗୁଡା ଗ୍ରାମର ସୁରେଶ ଶବର ଆହୁରି କହିଛନ୍ତି ଯେ କାଲେସ ଗୁଡାକୁ ଦୀର୍ଘ ବର୍ଷ ହେଲା ଖଣ୍ଡେ ଭଲ ରାସ୍ତାଟିଏ ନଥିବା ଯୋଗୁଁ ଗ୍ରାମରେ କେହି ଅସୁସ୍ଥ ହେଲେ କି ଗର୍ଭବତୀ ମହିଳା କି ଅନ୍ୟ ଜରୁରୀକାଳୀନ ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଏହି ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁନାହିଁ । ରାସ୍ତା ଶୋଚନୀୟ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏମିତି କି ସେ ବାଟ ଦେଇ ବାଇକ ଓ ସାଇକଲ ଯିବା ତ ଦୂରର କଥା ଏମିତିକି ପାଦରେ ଚାଲିଯିବା ମଧ୍ୟ ଅତ୍ୟନ୍ତ କଷ୍ଟ ହୋଇପଡୁଛି । ସେହିଭଳି ପିଇବା ପାଣିର ଅଭା କଥା ନକହିଲେ ଭଲ ପାଣି ହାଣ୍ଡିଏ ଆଣିବା ପାଇଁ ଗ୍ରାମବାସୀଙ୍କୁ ଗ୍ରାମ ଠାରୁ ୨ କିମିରୁ ଅଧିକ ଦୂରକୁ ପାଦରେ ଚାଲିଯାଇ ପାଣି ଆଣିବାକୁ ପଡୁଛି । ଶିଆଳି ପଞ୍ଚାୟତର ଉପୋରକ୍ତ ଦୁଇଟି ଗ୍ରାମର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅନୁପମ ସାହା ତୁରନ୍ତ ଦୃଷ୍ଟିର ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ କରିବୁ, ଆମ ହକ ପାଇଁ ଓ ଆଗାମୀ ନିର୍ବଚନରେ ଭୋଟ ବର୍ଜନ କରିବା ପାଇଁ ମଧ୍ୟ ଚେତାବନି ଦେଇଛନ୍ତି ।

Leave A Reply

Your email address will not be published.