ଗଜପତିରେ ବେଆଇନ ବାଣ ଗୋଦାମ ସିଲ୍, ଲକ୍ଷାଧିକ ଟଙ୍କାର ବାଣ ଜବତ

0 52

ପାରଳାଖେମୁଣ୍ଡି: ପ୍ରଶାସନର ବିନା ଅନୁମତିରେ ବେଆଇନ ଭାବେ ବାଣକାରବାର କରୁଥିବା ଅଭିଯୋଗରେ ପୋଲିସ ଓ ପ୍ରଶାସନ ମିଳିତ ଭାବେ ଗତକାଲି ରାତିରେ ଏକ ବେଆଇନ ବାଣ ଗୋଦାମକୁ ଚଢାଉ କରି ସିଲ୍ କରିଛନ୍ତି । ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣୀପେଣ୍ଠ ରାସ୍ତାରେ ଥିବା ସୋନାଲିକା ଟ୍ରାକ୍ଟର ସୋରୁମ୍ ଭିତରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କାର ବାଣ ରଖାଯାଇ ଚୋରାରେ ବିକ୍ରୀ ଚାଲିଥିଲା । ଏହି ଖବର ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଠାରେ ପହଞ୍ôଚବାପରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଓ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ଅନୁଯାଇ ସମ୍ପୃକ୍ତ ବେଆଇନ ବାଣ ଗୋଦାମ ଉପରେ ପ୍ରଶାସନ ଓ ପୋଲିସ ଦଳ ତରଫରୁ ଗତକାଲି ରାତିରେ ଚଢାଉ କରାଯାଇଥିଲା । ଗୋଦାମ ମଧ୍ୟରୁ ଲକ୍ଷାଧିକ ଟଙ୍କାର ବାଣ ଗଚ୍ଛିତ ଥିବା ଦେଖି ଗୋଦାମକୁ ସିଲ୍ କରି ବାଣକୁ ଜବତ କରାଯାଇଥିଲା । ଏହି ଘଟଣାରେ ଗୋଦାମ ମାଲିକଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.