୨୫ ବର୍ଷ ପ୍ରତୀକ୍ଷାର ଅନ୍ତ

0 60

ଲାହୋର ଜେଲରୁ ଜନ୍ମମାଟିକୁ ଫେରିଲେ ବିରଜୁ କୁଲୁ

ସୁନ୍ଦରଗଡ଼ : ପାକିସ୍ତାନ ଜେଲରେ ୨୫ ବର୍ଷ କାଳ ବନ୍ଦୀ ଜୀବନ ବିତାଇବା ପରେ ଅମୃତସରରୁ ସିଧାସଲଖ ସୁନ୍ଦରଗଡର କୁତ୍ରାରେ ପହଂଚିଲେ ବିରଜୁ କୁଲୁ । ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପାଛୋଟି ନିଆଯାଇଥିଲା । ବ୍ଲକ କାର୍ଯ୍ୟାଳୟରେ ଚାଲିଥିଲା ସମ୍ବର୍ଧନା ଉତ୍ସବ । ସେତେବେଳେ ଦେଖିବାକୁ ମିଳିଥିଲା ଆଉ ଏକ ଦୃଶ୍ୟ । ବିରଜୁ କୁଲୁଙ୍କ ଭଉଣୀ ଭାଇଙ୍କୁ ଭେଟିବା ପାଇଁ ଅପେକ୍ଷା କରି ରହିଥିଲେ । ଗଣମାଧ୍ୟମ ଓ ଅନ୍ୟଲୋକଙ୍କ ଭିଡ ଭିତରେ ସେ ଭାଇ ପାଖରେ ପହଂଚି ପାରୁ ନଥିଲେ । ଏହି ସମୟରେ ଦୀର୍ଘ ୨୫ ବର୍ଷ ପରେ ଭାଇ ଭଉଣୀଙ୍କ ମିଳନ ପାଇଁ ଉଦ୍ୟମ କରିଥିଲା କନକ ନ୍ୟୁଜ୍ । ବଡ ଭାଇର ହାତକୁ ଧରି ଖୁସିରେ କାନ୍ଦି ପକାଇଲେ ଭଉଣୀ । ଏପରିକି ଭାଇ ବି ଭଉଣୀର ପିଠି ଆଉଁସୀ ଦେଉଥିବା ଦେଖିବାକୁ ମିଳିଥିଲା । କୁତ୍ରାରୁ ବିରଜୁଙ୍କୁ ତାଙ୍କ ଗାଁ କଟଙ୍ଗକୁ ଅଣାଯାଇଥିଲା । ତାଙ୍କ ଫେରିବା ଖବର ପରେ ପୁରା ଗାଁରେ ଖୁସିର ପରିବେଶ । ବିରଜୁଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ପାଛୋଟି ଆଣାଯାଇଥିଲା । ଶାରୀରିକ ଅସୁସ୍ଥ ଥିବା ବିରଜୁଙ୍କୁ ତାଙ୍କ ଦୁଇ ଖୁଡି ଧରି ପାରମ୍ପରିକ ଢଙ୍ଗରେ ପାଛୋଟି ଆଣିଥିଲେ । ନାଗରାର ତାଳେ ତାଳେ ପାରମ୍ପରିକ ନାଚ ଓ ବନ୍ଦାପନା ଭିତରେ ଗାଁକୁ ଫେରିଥିଲେ ବିରଜୁ । ତାଙ୍କୁ ପାଖରେ ପାଇ ପରିବାର ଓ ସମ୍ପର୍କୀୟ ବେଶ୍ ଖୁସି । ବିରଜୁ କୁଲୁ ଦୀର୍ଘ ବର୍ଷ ପରେ ଜନ୍ମମାଟିକୁ ଫେରିଛନ୍ତି । ଅନ୍ୟପଟେ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ୍ ରହିଛନ୍ତି । ତେଣୁ ତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଜୀବନ ଜୀବିକା ପାଇଁ ପଦକ୍ଷେପ ନେବା ପାଇଁ ଘୋଷଣା କରିଛି ବ୍ଲକ ପ୍ରଶାସନ । ରୋଜଗାର ପାଇଁ ଯାଇଥିବା ବେଳେ ଅନ୍ୟମନସ୍କ ଭାବେ ୨୫ ବର୍ଷ ତଳେ ପାକ୍ ସୀମାରେ ପଶିଯାଇଥିଲେ ବିରଜୁ । ସେବେ ଠାରୁ ଲାହୋର ଜେଲ୍ରେ ବନ୍ଦୀ ଜୀବନ ବିତାଉଥିଲେ । ଏବେ ଜନ୍ମମାଟିକୁ ଫେରିଛନ୍ତି ବିରଜୁ ଏବଂ ଆରମ୍ଭ କରିବାକୁ ଯାଉଛନ୍ତି ଆଉ ଏକ ନୂଆ ଜୀବନ ।

Leave A Reply

Your email address will not be published.