ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, କୁପୱାଡାରେ ଇଣ୍ଟରନେଟ୍ ସେବା ବନ୍ଦ

0 65

ନୂଆଦିଲ୍ଲୀ: ଗୋଟିଏ ପଟେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ପାକିସ୍ତାନ ଅନ୍ୟପଟେ ଭାରତକୁ ଆତଙ୍କବାଦୀ ପଠାଇବାକୁ ପ୍ରୟାସ କରିଛି । ଜମ୍ମୁ-କଶ୍ମୀରର କେରନ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପଟୁ ହେଉଥିବା ଅନୁପ୍ରବେଶକୁ ଆଜି ଭାରତୀୟ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି । ଅନୁପ୍ରବେଶ ପଣ୍ଡ ହୋଇଥିଲେ ହେଁ ବିପଦ ଟଳିନାହିଁ । ତେଣୁ ସୁରକ୍ଷା ଦୃଷ୍ଟିରୁ କୁପୱାଡାରେ ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ପ୍ରଥମେ କେରନ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା । ଏହି ସମୟରେ ସୀମାରେ ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କରାଯାଇଥିଲା । ଏ ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀମାନେ ଆଲର୍ଟ ହୋଇଯାଇଥିଲା । ପାକିସ୍ତାନକୁ ଜବାବ ଦେବା ସହ ସେମାନେ ଅନୁପ୍ରେବଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ । ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଥିଲେ ହେଁ କେରନ ସେକ୍ଟର ଠାରୁ ଆରମ୍ଭ କରି ଉରି ସେକ୍ଟର ଯାଏ ପାକିସ୍ତାନ ସେନା ଗୁଳିମାଡ଼ ଜାରି ରଖିଛନ୍ତି । ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି ।

Leave A Reply

Your email address will not be published.