ରାହୁଲ ଗାନ୍ଧୀଙ୍କ ପାଖରେ ଉତ୍ସାହ ଏବଂ ଦକ୍ଷତାର ଅଭାବ ରହିଛି: ବାରାକ ଓବାମା

0 77

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି । ଓବାମା କହିଛନ୍ତି ଯେ ରାହୁଲ ଗାନ୍ଧୀ ବହୁତ ବିଚଳିତ (ନର୍ଭସ) ଏବଂ ଅପରିପକ୍ୱ ବ୍ୟକ୍ତିତ୍ୱ । ଯିଏକି ସ୍କୁଲରେ ପାଠ ପଢ଼ି ସାରିଛନ୍ତି । ହେଲେ ଏହି ପାଠକୁ ଆୟତ୍ତ କରିବା ପାଇଁ ଆବଶ୍ୟକ ଉତ୍ସାହ ରାହୁଲଙ୍କ ପାଖରେ ନାହିଁ । ସେହିପରି ପାଠ ପଢ଼ିଛନ୍ତି ହେଲେ ଶିକ୍ଷକଙ୍କୁ ପ୍ରଭାବିତ ବା ଇମ୍ପ୍ରେସ କରିବା ପାଇଁ ଯୋଗ୍ୟତା ରଖି ନାହାନ୍ତି । ଅର୍ଥାତ୍ ଦକ୍ଷତା ଏବଂ ଉତ୍ସାହର ଅଭାବ ରହିଛି ବୋଲି ବାରାକ ଓବାମା ନିଜ ଆତ୍ମଜୀବନୀ “ଏ ପ୍ରୋମିଜଡ ଲ୍ୟାଣ୍ଡ’ ପୁସ୍ତକରେ ଲେଖିଛନ୍ତି । ନ୍ୟୁୟର୍କ ଟାଇମ୍ସ ଦ୍ୱାରା ସମୀକ୍ଷା କରାଯାଇଥିବା ଏହି ବହିରେ ରାହୁଲ ଗାନ୍ଧୀଙ୍କ ଉପରେ ବାରାକ ଓବାମା ଏଭଳି ମନ୍ତବ୍ୟ ଲେଖିଛନ୍ତି । ଓବାମା ଏହି ବହିଲେ ବିଶ୍ୱର ଅନେକ ନେତାଙ୍କ ବାବଦରେ ଟିପ୍ପଣୀ କରିଛନ୍ତି । ନୋବେଲ ବିଜେତା ଓବାମା ସମୀକ୍ଷାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଆମେରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବବ ଗେଟ୍ସଙ୍କୁ ସଚ୍ଚୋଟ ବ୍ୟକ୍ତିତ୍ୱ ବୋଲି କହିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିଷୟରେ ବି ଓବାମା ଲେଖିଛନ୍ତି । ପୁଟିନ୍ ଶାରୀରିକ ଭାବେ ଫିଟ୍ ଏବଂ ବହୁତ ଚାଲାକ ବ୍ୟକ୍ତି ବୋଲି ସେ ଲେଖିଛନ୍ତି । ଓବାମାଙ୍କ ଦ୍ୱାରା ଲେଖାହୋଇଥିବା ଏହି ଆତ୍ମଜୀବନୀ ୭୬୮ ପୃଷ୍ଠାର । ନଭେମ୍ବର ୧୭ରେ ଏହି ବହି ବଜାରକୁ ଆସିବ । ଆମେରିକାର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ରାଷ୍ଟ୍ରପତି ହେଉଛନ୍ତି ଓବାମା । ସେ ୨୦୧୦ ଏବଂ ୨୦୧୫ରେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ । ଏହି ସମୟରେ ସେ ଦୁଇଥର ଭାରତ ଗସ୍ତରେ ଆସିଥିଲେ ।

Leave A Reply

Your email address will not be published.