କାମେଶ୍ୱର ଚୌପାଲ ହେବେ ଉପମୁଖ୍ୟମନ୍ତ୍ରୀ !

0 71

ପାଟନା : ବିହାରରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସରକାର ଗଠନ ନେଇ ଶୁକ୍ରବାର ଏନଡିଏ ନେତାମାନଙ୍କ ସାକ୍ଷାତ ଆଲୋଚନା ଜାରି ରହିଛି । ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ନାମକୁ ନେଇ ପ୍ରାୟତଃ ଚୁଡାନ୍ତ ନିଷ୍ପତ୍ତି ହୋଇଛି । ଏଥି ସହିତ, ବିଭିନ୍ନ ସୂତ୍ର ଏବଂ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୯୮୯ରେ ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କୁ ବିହାରର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ । ନିଜ ବିଷୟରେ ଚାଲିଥିବା କଳ୍ପନାଜଳ୍ପନା ଉପରେ ଚୌପାଲ କହିଛନ୍ତି ଯେ ମୁଁ ଦଳର ଜଣେ କର୍ମୀ, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ମୁଁ ସ୍ୱୀକାର କରେ । କାମେଶ୍ୱର ଚୌପାଲ ଦଳିତ ସମ୍ପ୍ରଦାୟର ଅଟନ୍ତି । ୧୯୮୯ ରାମ ମନ୍ଦିର ଆନ୍ଦୋଳନ ସମୟରେ ହୋଇଥିବା ସିଳାନ୍ୟାସରେ କାମେଶ୍ୱର ହିଁ ରାମ ମନ୍ଦିରର ପ୍ରଥମ ଇଟା ରଖିଥିଲେ । ଆରଏସଏସ ତାଙ୍କୁ ପ୍ରଥମ କରସେବକର ମାନ୍ୟତା ଦେଇଛି । ସେ ୧୯୯୧ ରେ ରାମ ବିଳାଶ ପାଶ୍ୱାନଙ୍କ ବିରୋଧରେ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ବିହାରର ସୁପୌଲ ଜିଲ୍ଲାରେ ସେ ରୁହନ୍ତି କାମେଶ୍ୱର ଯାହା ମିଥିଳାରେ ପଡେ । ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କାମେଶ୍ୱର ଚୌପାଲ କହିଥିଲେ ଯେ ଯେତେବେଳେ ଆମେ ବଡ଼ ହେଉଥିଲୁ, ଆମେ ରାମଙ୍କୁ ଆମର ସମ୍ପର୍କୀୟ ବୋଲି ଭାବୁଥିଲୁ । ତାଙ୍କ କହିବା ଅନୁସାରେ, ମିଥିଳା ଅଞ୍ଚଳରେ ବିବାହ ସମୟରେ ବର ଓ ବଧୂକୁ ରାମ-ସୀତାର ପ୍ରତୀକ ରୂପେ ଦେଖିବାର ପ୍ରଥା ରହିଛି । ଏହାର କାରଣ ହେଉଛି ମିଥିଳାଙ୍କୁ ସୀତାଙ୍କ ଘର କୁହାଯାଏ । କାମେଶ୍ୱର ମଧୁବନୀ ଜିଲ୍ଲାରୁ ଶିକ୍ଷାଲାଭ କରିଥିଲେ । ସେଠାରୁ ସେ ସଙ୍ଘ ସଂପର୍କରେ ଆସିଥିଲେ । ତାଙ୍କର ଜଣେ ଶିକ୍ଷକ ସଂଘର କର୍ମକର୍ତ୍ତା ଥିଲେ । ସଙ୍ଗ ସହ ଜଡିତ ସେହି ଶିକ୍ଷକଙ୍କ ସହାୟତାରେ କାମେଶ୍ୱର କଲେଜରେ ନାମ ଲେଖାଇ ପାରିଥିଲେ । ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ସଙ୍ଘ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇଥିଲେ । ଏହା ପରେ ତାଙ୍କୁ ମଧୁବନୀ ଜିଲ୍ଲାର ଜିଲ୍ଲା ପ୍ରଚାରକ କରାଯାଇଥିଲା । ୧୯୮୯ ନଭେମ୍ବରରେ, ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ସେହି ସମୟରେ ଅଯୋଧ୍ୟାରେ କାମେଶ୍ୱର ଚୌପାଲ ଉପସ୍ଥିତ ଥିଲେ । ସେ ଏକ ତମ୍ବୁରେ ରହିଥିଲେ । ଭିଏଚପିର ତକ୍ରାଳୀନ ମୁଖ୍ୟ ଅଶୋକ ସିଙ୍ଗଲଙ୍କ ଜଣେ ନିକଟତମ ବ୍ୟକ୍ତି ତାଙ୍କ କୋଠରୀକୁ ଆସି ତାଙ୍କୁ କହିଥିଲେ ଯେ ଆପଣ ଶିଳାନ୍ୟାସ ପାଇଁ ମନୋନୀତ ହୋଇଛନ୍ତି । ଏହା ପରେ ଚୌପଲ ହିଁ ରାମ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିଥିଲେ । ଲୋକ ଜନତା ପାର୍ଟି ନେତା ସ୍ୱର୍ଗତ ରାମ ବିଳାଶ ପାଶ୍ୱାନଙ୍କ ବିରୋଧରେ ୧୯୯୧ରେ କାମେଶ୍ୱର ଚୌପାଲ ପ୍ରତିଦ୍୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ପରାସ୍ତ ହୋଇଥିଲେ ।

Leave A Reply

Your email address will not be published.