ଇମ୍ରାନଙ୍କ ବିରୁଦ୍ଧରେ ରମିୟମଙ୍କ ଗୁରୁତର ଅଭିଯୋଗ

0 64

ଇସଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ ଗୁରୁତର ଅଭିଯୋଗ ଆଣିଛନ୍ତି । ମରିୟମ୍ କହିଛନ୍ତି ଯେ ସେ ଜେଲରେ ଥିବାବେଳେ ତାଙ୍କ ବ୍ୟାରେକ୍ ଗାଧୁଆ ଘରେ କ୍ୟାମେରା ମଧ୍ୟ ଲଗାଯାଇଥିଲା । ଏହି କ୍ୟାମେରା ଗୁଡିକ ପ୍ରଶାସନ ପକ୍ଷରୁ ଲାଗା ଯାଇଥିଲା । ମରିୟମ୍ କହିଛନ୍ତି ଯେ ଏହା ଜଣେ ମହିଳାଙ୍କ ପ୍ରତି ଅପମାନ । ସୂଚନାଯୋଗ୍ୟ କିଛିଦିନ ପୂର୍ବେ ସେନା ଏବଂ ଆଇଏସଆଇ ଅଧିକାରୀମାନେ କରାଚିରେ ଥିବା ତାଙ୍କ ହୋଟେଲରେ ଜବରଦସ୍ତ ପ୍ରବେଶ କରି ମରିୟମଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲେ । ମରିୟମ କହିଛନ୍ତି ଯେ ତାଙ୍କୁ ଇମ୍ରାନ ଖାନ ସରକାର ଦୁଇଥର ଜେଲକୁ ପଠାଇଛନ୍ତି । ସେହିପରି ମରିୟମ୍ କହିଛନ୍ତି ଯେ ଯଦି ମୁଁ ଜେଲରେ ଥିବା ପରିସ୍ଥିତି ବିଷୟରେ କୁହେ, ତେବେ ଏହା ଆଶ୍ଚର୍ଯ୍ୟଜନକ ମନେହୁଏ । ସେଠାରେ ମହିଳାମାନଙ୍କୁ କିପରି ବ୍ୟବହାର କରଯାଏ, ତାହା ଭାଷାରେ କହିହେବ ନାହିଁ । ଯଦି ମୁଁ ସତ କହିବି, ପ୍ରଶାସନ ଏବଂ ସରକାରଙ୍କର ଅସଲ ଚେହେରା ପଦାରେ ପଡିଯିବ । କାରଣ ସରକାର ସେନାକୁ ହାତବାରିସୀ କରି ଅନେକ ଘୃଣ୍ୟ କାର୍ଯ୍ୟ କରୁଛନ୍ତି । ମରିୟମ୍ କହିଛନ୍ତି ଏଠାରେ କି ପ୍ରକାର ଶାସନ ଚାଲିଛି, ଜଣେ ମହିଳାଙ୍କୁ ତାଙ୍କ ପିତାଙ୍କ ସାମ୍ନାରେ ଗିରଫ କରାଯିବା ସହ ତାଙ୍କୁ ଦୁର୍ବ୍ୟବହାର କରାଯାଉଛି ।
ଅନ୍ୟପକ୍ଷରେ, ଏବେ ନୱାଜ ସରିଫ ଲଣ୍ଡନରେ ରହି ଚିକିତ୍ସିତ ହେଉଛନ୍ତି । ସେଠାରେ ମଧ୍ୟ ନୱାଜ ସରିଫ ସେନା ବିରୁଦ୍ଧରେ ଭିଡିଓ କନଫରେନ୍ସିଂରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ମରିୟମ କହିଛନ୍ତି ଯେ ସେନାର କାମ ହେଉଛି ସୀମାର ସୁରକ୍ଷା କରିବା, ରାଜନୀତି ନୁହେଁ । ମରିୟମ୍ କହିଛନ୍ତି ଯେ ସେନା ସହ କଥାବାର୍ତ୍ତା କରିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ଇମ୍ରାନ ସରକାର ପ୍ରଥମେ ଇସ୍ତଫା ଦିଅନ୍ତୁ । ମରିୟମ୍ ଆହୁରି କହିଛନ୍ତି ଯେ, ଯେଉଁମାନଙ୍କ ଦ୍ୱାରା ସେ କ୍ଷମତାରେ ଅଛନ୍ତି, ସେକଥା ସମସ୍ତେ ଜାଣନ୍ତି ।

Leave A Reply

Your email address will not be published.