ଆଇସିୟୁରେ ଭର୍ତ୍ତି ହେଲେ ଅହମଦ ପଟେଲ୍

0 74

ନୂଆଦିଲ୍ଲୀ, ୧୫ ।୧୧: କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅହମଦ ପଟେଲ (୭୧) ଗୁରୁତର ହୋଇପଡ଼ିଛନ୍ତି । ଏବେ ସେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିଲେ । ଅକ୍ଟୋବରରେ ଏ ନେଇ ସେ ଟ୍ୱିଟ୍ କରି କହିଥିଲେ । ଏବେ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ପରିବାର ଲୋକେ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅହମଦ ପଟେଲଙ୍କ ପୁଅ ଫୈଜଲ ଟ୍ୱିଟ୍ କରି କହିଛନ୍ତି, ତାଙ୍କ ବାପା କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ଏବେ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି । ଦଳର ଅନ୍ୟ ନେତା ଆନନ୍ଦ ଶର୍ମା, ଅଭିଷେକ ସିଂହଭି, ତରୁଣ ଗୋଗୋଇ ଆଦି ନେତା ଭଗବାନଙ୍କ ନିକଟରେ ଅହମଦଙ୍କ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.