ଆର୍ଥିକ ସ୍ଥିତି ସୁଦୃଢ ପାଇଁ ୧୫ ଦେଶ ମଧ୍ୟରେ ଚୁକ୍ତି

0 65

ନୂଆଦିଲ୍ଲୀ, ୧୫ ।୧୧: ଏସିଆର ୧୫ଟି ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ରିଜଅନାଲ କମ୍ପ୍ରେହନସିଭ ଇକନୋମିକ୍ ପାର୍ଟନରସିପ୍ ବା ଆର୍ଥିକ ବୁଝାମଣା ପାଇଁ ଏହି ଦେଶ ମାନେ ରାଜି ହୋଇଛନ୍ତି । ଭର୍ଚୁଆଲ ମିଟିଂ ମାଧ୍ୟମରେ ଏହି ବୁଝାମଣା ହୋଇଛି । ଏହାଦ୍ୱାରା ବିଶ୍ୱର ଏକ ତୃତିୟାଂଶ ଆର୍ଥିକ ଗତିବିଧି ଉପରେ ନଜର ରହିବ । ଏଥିସହ ଚୀନ ପାଇଁ ଏହାଏକ ଗେମଚେଞ୍ଜର ହେବ ବୋଲି କୁହାଯାଇଛି । କରୋନା ଲକଡାଉନ ବେଳେ ଆର୍ଥିକ କ୍ଷତିକୁ ଭରଣ କରିବା ପାଇଁ ଏହା ସହାୟକ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ଏହି ଚୁକ୍ତିରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ସହ ୧୦ ଦକ୍ଷିଣ ପୂର୍ବ ଏସିଆର ଅର୍ଥବ୍ୟବସ୍ଥା ମଧ୍ୟ ସାମିଲ ରହିଛି । ପ୍ରଥମ ଥର ପାଇଁ ଏନେଇ ୨୦୧୨ରେ ଏହି ପ୍ରସ୍ତାବ ରଖାଯାଇଥିଲା । କିନ୍ତୁ ଅନେକ ଦେଶ ସହମତି ପ୍ରକାଶ କରୁନଥିଲେ । କରୋନା କାଳରେ କ୍ଷତି ଯୋଗୁଁ ଏବେ ବିଭିତ୍ତ ଦେଶ ଏହି ଚକ୍ତି ପାଇଁ ରାଜି ହୋଇଛନ୍ତି । ଏହି ଚୁକ୍ତିରେ ଆମେରିକାକୁ ସମ୍ପୃକ୍ତି କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.