ଗୋ ମାଂସରେ କରୋନା ଭୂତାଣୁ!

0 76

ଜିନାନ, ୧୫ ।୧୧: ଗୋ ମାଂସରେ ରହିଛି କରୋନା ଭାଇରସ । ଚୀନର ଜିନାନ ସହରରେ ଗୋ ମାଂସ ସହ ଅନ୍ୟ କିଛି ପ୍ୟାକେଟ ମାଂସରେ କରୋନା ଭାଇରସ ଥିବା ଜଣାପଡିଛି । ବ୍ରାଜିଲ, ନ୍ୟୁଜିଲାଣ୍ଡ ଓ ବାଲିଭିଆରୁ ଏହି ପ୍ୟାକେଟ ଖାଦ୍ୟ ରପ୍ତାନୀ ହେଉଛି । ଏନେଇ ଜିନାନର ମ୍ୟୁନିସିପାଲ କର୍ପୋରେସନ ସରକାରଙ୍କୁ ଜଣାଇଛନ୍ତି । ଏହି ଖାଦ୍ୟ ଖାଉଥିବା ଲୋକ ଏବଂ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କର ନେଗେଟିଭ ରିପୋର୍ଟ ଆସିଛି । ଏଥିସହ ପ୍ୟାକେଟ ଖାଦ୍ୟକୁ କିଛି ଦିନ ବ୍ୟାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବ୍ରାଜିଲ ଓ ଆର୍ଜେଣ୍ଟିନାରୁ ବ୍ୟାପକ ପରିମାଣ ଗୋମାଂସ ରପ୍ତାନି ହେଉଥିବା ବେଳେ ଚୀନ ସମେତ ଅନେକ ଦେଶ ଗୋମାଂସ ଆମଦାନୀ କରନ୍ତି । ଚୀନର ଏଭଳି ଅଭିଯୋଗ ପରେ ଅନ୍ୟ ଦେଶ ଗୁଡିକ ମଧ୍ୟ ସତର୍କ ହେଲେଣି । ବିଶ୍ୱ ସ୍ୱାସ୍ଥ ସଂଗଠନର କହିବା କଥା ପ୍ୟାକେଟ ଖାଦ୍ୟରୁ କରୋନା ସଂକ୍ରମଣ ସମ୍ଭାବନା କମ୍ ଥିବା ବେଳେ ବିପଦକୁ କିନ୍ତୁ ଆଡେଇ ହେବନି । ତେବେ ଚାଇନାକୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କଥା ଶୁଣୁନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.