ବ୍ରିଜରୁ ବସ୍ ଖସି ଗୋଟିଏ ପରିବାରର ୫ ମୃତ

0 76

ମୁମ୍ବାଇ, ୧୫ ।୧୧: ଆଲୋକର ପର୍ବ ଦୀପାବଳି ଗୋଟିଏ ପରିବାରକୁ ଅନ୍ଧାର କରି ଦେଇଛି । ଦୀପାବଳିରେ ପିକ୍ନିକ ପାଇଁ ଯାଉଥିବା ବେଳେ ବ୍ରିଜ୍ ଉପରୁ ବସ୍ ଖସି ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଜୀବନ ଚାଲି ଯାଇଛି । ସେହିପରି ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।
ଦୀପାବଳିରେ ମହାରାଷ୍ଟ୍ରର ସତାରା ଜିଲ୍ଲା କରାଦ ସହରରେ ଘଟିଥିବା ଏହି ଦୁଃଖଦ ଘଟଣା ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଆଜି ଦୀପାବଳିରେ ଗୋଟିଏ ପରିବାର ୧୩ ଜଣ ସଦସ୍ୟ ବସ୍ ନେଇ ଗୋଆକୁ ପିକନିକ୍ ପାଇଁ ଯାଉଥିଲେ । ଏମାନେ ସମସ୍ତେ ନଭି ମୁମ୍ବାଇର ଭଶି ଅଞ୍ଚଳରେ ରହୁଥିଲେ । ବସ୍ଟି ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥର ଉମବ୍ରାଜରେ ଯାଉଥିବା ବେଳେ ହଠାତ୍ ଡ୍ରାଇଭର ରିଙ୍କୁ ସାହୁ ଏହା ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସ୍ଟି ବ୍ରିଜ୍ ଉପରକୁ ୪୦ ଫୁଟ ତଳେ ଥିବା ଗୋଟିଏ ଶୁଖିଲା ନଦୀ ମଧ୍ୟରେ ଖସି ପଡ଼ିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ବସ୍ ମଧ୍ୟରୁ ଆହତଙ୍କୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦ୍ରୁତ ଗାଡ଼ି ଚାଳନା ଯୋଗୁ ଏଭଳି ଘଟଣା ଘଟିଥିବା ପୁଲିସ୍ ସନ୍ଦେହ କରୁଛି । ଦୁର୍ଘଟଣାରେ ବସ୍ ଡ୍ରାଇଭର ରିଙ୍କୁ ସାହୁ ମଧ୍ୟ ଆହତ ହୋଇଛନ୍ତି । ପୁଲିସ୍ ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ।

Leave A Reply

Your email address will not be published.