ଜଗନଙ୍କ ବିରୋଧରେ ଆଗତ ପିଟିସନ ଶୁଣାଣିରୁ ନିଜକୁ ପୃଥକ କଲେ ସୁପ୍ରିମକୋର୍ଟ ବିଚାରପତି

0 68

ନୂଆଦିଲ୍ଲୀ ୧୬ ।୧୧: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ୟୁ.ୟୁ.ଲଲିତ ସୋମବାର ନିଜକୁ ଆନ୍ଧ୍ରମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଗତ ପିଟିସନ ଶୁଣାଣି କରୁଥିବା ଖଣ୍ଡପୀଠରୁ ପୃଥକ କରିନେଇଛନ୍ତି । ସେ କହିଛନ୍ତି ଯେ ଜଣେ ଓକିଲ ଭାବେ ପକ୍ଷଙ୍କ ଲାଗି କୋର୍ଟରେ ମୋକଦ୍ଦମା ପରିଚାଳନା କରିଆସିଛନ୍ତି । ଏଣୁ ମାମଲାର ଶୁଣାଣି ଏପରି ଖଣ୍ଡପୀଠରେ ହେଉ ଯେଉଁଥିରେ ଜଷ୍ଟିସ୍ ୟୁ.ୟୁ. ଲଲିତ ନଥିବେ । ଜଷ୍ଟିସ୍ ଲଲିତ, ଜଷ୍ଟିସ୍ ବିନିତ ସରଣ ଓ ଜଷ୍ଟିସ୍ ଏସ. ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ତିନୋଟି ପିଟିସନ ଉପରେ ଶୁଣାଣି କରିବାର ଥିଲା । ଯେଉଁଥିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେ‡ୀ ନ୍ୟାୟପାଳିକା ବିରୋଧରେ ଅଭିଯୋଗ କରି ନା କେବଳ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ.ବୋବଡେଙ୍କୁ ପତ୍ର ଲେଖିଥିଲେ । ଏକ ସାମ୍ବାଦିକ ସମ୍ମିଳନୀ କରି ବିଚାର ବିଭାଗ ବିରୋଧରେ ମିଥ୍ୟା ବୟାନ ମଧ୍ୟ ଦେଇଥିବା ଅଭିଯୋଗ ରହିଛି । ଗତ ଅକ୍ଟୋବର ୬ ତାରିଖ ଦିନ ଜଗନମୋହନ ଭାରତର ମୁଖ୍ୟ ବିଚାରପତି ଏସ୍.ଏ.ବୋବଡେଙ୍କୁ ଏହି ପତ୍ର ଲେଖିଥିଲେ । ଯେଉଁଥିରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ତାଙ୍କ ସରକାରଙ୍କୁ ଅସ୍ଥିର କରିବା ଲାଗି ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ବ୍ୟବହାର କରାଯାଉଥିବାର ସେ ଅଭିଯୋଗ କରିଥିଲେ । ଏହା ବିରୋଧରେ ଓକିଲ ଜି.ଏସ୍.ମଣି, ଓକିଲ ସୁନୀଲ କୁମାର ସିଂହ ଓ ଆଣ୍ଟି କରପସନ କାଉନସିଲ ଅଫ ଇଣ୍ଡିଆ ଟ୍ରଷ୍ଟ ସୁପ୍ରିମକୋର୍ଟରେ ୩ଟି ପୃଥକପୃଥକ ପିଟିସନ ଦାଖଲ କରିବା ସହ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ଜାରି କରିବାକୁ ନିବେଦନ କରିଥିଲେ । ସୁପ୍ରିମକୋର୍ଟଙ୍କ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ.ଭି.ରମ୍ମତ୍ତାଙ୍କ ବିରୋଧରେ ଜଗନ ମୁଖ୍ୟ ବିଚାରପତି ଏସ.ଏ.ବୋବଡେଙ୍କୁ ପତ୍ର ଲେଖି ଚାଞ୍ଚଲ୍ୟକର ଅଭିଯୋଗ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ତେଲେଙ୍ଗାନାର ଏକ ସ୍ୱତନ୍ତ୍ର କୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଏକ ଅପରାଧିକ ମୋକଦ୍ଦମାରେ ହସ୍ତକ୍ଷେପ କରିବାକୁ ରମତ୍ତା ଉଦ୍ୟମ କରୁଛନ୍ତି । ଜଗନଙ୍କ ଏଭଳି ଅଭିଯୋଗକୁ ବିରୋଧ କରି ୨ ଓକିଲ ଏବଂ ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି । ଯାହାକୁ କୋର୍ଟ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.