“ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୋଗ ପ୍ରମାଣିତ ନହେଲେ ଅଭିଯୁକ୍ତ ଜାମିନ୍ ପାଇପାରିବେ’

0 68

ନୂଆଦିଲ୍ଲୀ, ୧୬ ।୧୧: ଅଭିଯୁକ୍ତକୁ ବାଧ୍ୟତାମୂଳକ ଭାବରେ ଜାମିନ୍ ମିଳିବା ଦରକାର । ମାମଲା ଯାହା ହୋଇଥାଉ ନା କାହିଁକି, ଯଦି ତଦନ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ନହେବ ତା’ହେଲେ ଅଭିଯୁକ୍ତକୁ ଜାମିନ୍ ମିଳିବା ଦରକାର । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ୟୁ.ୟୁ ଲଳିତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହା କହିଛନ୍ତି । ଜଷ୍ଟିସ୍ ଲଳିତ ଇଂଲଣ୍ଡର ଆଇନ୍ ପ୍ରକ୍ରିୟାର ଉଦାହରଣ ଦେବାକୁ ଯାଇ କହିଛନ୍ତି, ଇଂଲଣ୍ଡର ଜଣେ ବ୍ୟକ୍ତି ବିରୋଧରେ ଅଭିଯୋଗ ଯାହା ଥାଉ ନା କାହିଁକି, ଯେପର୍ଯ୍ୟନ୍ତ ଶୁଣାଣି ଆରମ୍ଭ ନହୋଇଛି, ସେଯାଏ ସମ୍ପୃକ୍ତ ବ୍ୟକ୍ତି ଗିରଫ କିମ୍ବା ଅଟକ ରହିପାରିବେ ନାହିଁ । ଏମିତି କି ଦେଶଦ୍ରୋହ ମାମଲା ହୋଇଥିଲେ ବି ସମାନ ଆଇନ୍ ରହିଛି । ଧାରା ୧୬୭(୨) ଅନୁଯାୟୀ ତଦନ୍ତକାରୀ ସଂସ୍ଥା ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୁକ୍ତ ବିରୋଧରେ ପ୍ରମାଣ ଯୋଗାଡ଼ କରିନପାରିବ ତାହେଲେ ଅଭିଯୁକ୍ତଙ୍କ ପାଖରେ ଜାମିନ୍ ପାଇବାର ଅଧିକାର ରହିଛି । ସେହିପରି ଧାରା ୧୬୭ ଅନୁଯାୟୀ ଜଣେ ଅଭିଯୁକ୍ତ ଅପରାଧିକ ମାମଲାରେ ସର୍ବାଧିକ ୯୦ ଦିନ ପାଇଁ ଅଟକ ରହିପାରିବ । ଆଜୀବନ କାରାଦଣ୍ଡ କ୍ଷେତ୍ରରେ ୧୦ ବର୍ଷ ରହିଛି ସର୍ବାଧିକ ଜେଲ ଦଣ୍ଡାଦେଶ । ଅପରାଧିକ ମାମଲା ନହୋଇ ଅନ୍ୟ ମାମଲା ହୋଇଥିଲେ ୬୦ ଦିନ ପାଇଁ ସର୍ବାଧିକ ଜଣଙ୍କୁ ଅଟକ ରଖିହେବ । ଏଭଳି ଅବଧି ରହିବାର ଅର୍ଥ ତଦନ୍ତକାରୀ ସଂସ୍ଥା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ ସାରିବେ । ଜଷ୍ଟିସ୍ ମୋହନ ଏମ୍ ଶାନ୍ତାନା ଗୌଦାର ଏହି ଆଇନ୍ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ଜାମିନ୍ ଦେବାବେଳେ ବିଚାରପତି ମୁଖ୍ୟତଃ ଗରିବ ଲୋକଙ୍କୁ ଚିହ୍ନଟ କରିବା ଦରକାର । ଜାମିନ୍ ଆବେଦନ ପାଇଁ ସମସ୍ତଙ୍କ ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.