ଇତିହାସ ରଚିଲା ସ୍ପେସ୍ ଏକ୍ସ

0 66

ୱାଶିଂଟନ: ଇତିହାସ ରଚିଲା ଆମେରିକାର ସ୍ପେସ୍ ଏକ୍ସ ସଂସ୍ଥା । ଫ୍ଲୋରିଡା ସ୍ଥିତ ସ୍ପେସ୍ ସେଣ୍ଟରରୁ ୪ ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ବାହାରିଛି ଫାଲକନ୍ ରକେଟ୍ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବାକୁ ୨୭ ଘଣ୍ଟା ଲାଗିବ । ଏହି ମହାକାଶ ଯାତ୍ରା ଆମେରିକା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ପ୍ରଥମଥର ପାଇଁ ଆମେରିକାର କୌଣସି ବେସରକାରୀ ସଂସ୍ଥା ମହାକାଶ ଯାତ୍ରାରେ ସାମିଲ ହୋଇଛି । ମହାକାଶ ଯାତ୍ରା ପାଇଁ ପୂର୍ବରୁ ନାସା ଋଷର ସୋୟୁଜ ରକେଟ ଉପରେ ନିର୍ଭର କରୁଥିଲା । ମହାକାଶ ଯାତ୍ରାରେ ବାହାରିଥିବା ୪ ଜଣ ମହାକାଶଚାରୀଙ୍କ ମଧ୍ୟରୁ ୩ ଜଣ ଆମେରିକୀୟ ଏବଂ ଜଣେ ଜାପାନର । ଏହା ପୂର୍ବରୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ପକ୍ଷରୁ ହୋଇଥିବା ମିଳିତ ମହାକାଶ ମିଶନ ସଫଳ ହୋଇଥିଲା ।

Leave A Reply

Your email address will not be published.