ଅଭିନେତା ସେଲଭାରାଥିନମଙ୍କୁ ହତ୍ୟା

0 76

ଚେନ୍ନାଇ, ୧୬/୧୧: ତାମିଲ ଭାଷାର ଲୋକପ୍ରିୟ ଟିଭି ଧାରାବାହିକ ଥେନମୋଝି ବିଏରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସେଲଭାରାଥିନମଙ୍କ ଚେନ୍ନାଇରେ ହତ୍ୟା କରି ଦିଆଯାଇଛି । ସିସିଟିଭି ଫୁଟେଜରେ ଘଟଣାସ୍ଥଳ ନିକଟରେ ୪ଜଣ ସନ୍ଦିଗ୍ଧ ଦେଖାଯାଇଛନ୍ତି । ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି । ଶନିବାର ସେଲଭାରାଥିନମ ସେଟକୁ ସୁଟିଂ ପାଇଁ ଯାଇନଥିଲେ । ସେ ସେହି ଦିନ ତାଙ୍କ ବନ୍ଧୁ ମଣିଙ୍କ ସହ ଜଣେ ସହାୟକ ନିର୍ଦେଶକଙ୍କ ସହ ଥିଲେ । ରବିବାର ସକାଳେ ତାଙ୍କ ପାଖକୁ ଏକ ଫୋନ୍ ଆସିଥିଲା ଯାହା ପରେ ସେ ଚାଲି ଯାଇଥିଲେ । ଅଳ୍ପ ସମୟ ପରେ ତାଙ୍କ ରୁମମେଟଙ୍କୁ ସୂଚନା ମିଳିଥିଲା ଯେ ସେଲଭାରାଥିନମଙ୍କୁ ହତ୍ୟା କରାଯାଇଛି । ଏମଜିଆର ନଗର ପୋଲିସ୍ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ସେଲଭାରାଥିନମଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ପୋଲିସ୍ ମାମଲା ରୁଜୁ କରି ସନ୍ଦିଗ୍ଧଙ୍କୁ ଖୋଜିବା ଆରମ୍ଭ କରି ଦେଇଛି । ସେଲଭାରାଥିନମ ଜଣେ ଶ୍ରୀଲଙ୍କାର ଶରଣାର୍ଥୀ ଥିଲେ ଯିଏ ଗତ ୧୦ବର୍ଷ ହେବ ଭାରତରେ ରହୁଥିଲେ । ଏପଟେ ପୋଲିସ୍ ଆଖପାଖର ସିସିଟିଭି ଫୁଟେଜ ଖୋଳତାଡ଼ କରିବାରୁ ସେଥିରେ ଘଟଣାସ୍ଥଳ ପାଖରୁ ୪ଜଣ ସନ୍ଦିଗ୍ଧ ଦେଖା ଦେଇଥିଲେ । ସିସିଟିଭିରେ ୪ଜଣ ସନ୍ଦିଗ୍ଧ ଏକ ଅଟୋ ରିକ୍ସାରେ ଏକାଠି ନଜର ଆସିଥିଲେ । ସେହିପରି ସିସିଟିଭିରେ ଗୋଟିଏ ସ୍ଥାନରେ ସେଲଭାରାଥିନମ ସେହି ୪ଜଣଙ୍କ ସହ କିଛି ସମୟ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେଲଭାରାଥିନମଙ୍କ କାହା ସହ କୌଣସି ଶତ୍ରୁତା ନଥିଲା । ସେପଟେ ପୋଲିସ୍ ସେଲଭାରାଥିନମଙ୍କ କଲ୍ ରେକର୍ଡ଼ ଯାଞ୍ଚ କରୁଛି । ତଦନ୍ତ ଅଧିକାରୀଙ୍କୁ ଫୋନ୍ ନମ୍ବରର ଏକ ସେଟ୍ ମଧ୍ୟ ମିଳିଛି ଯେଉଁ ନମ୍ବରଗୁଡ଼ିକରେ ସେ ବାରମ୍ବାର ଫୋନ୍ କରିଛନ୍ତି ।

Leave A Reply

Your email address will not be published.