ସାଲେପୁର ହାଟ ମାର୍କେଟ ଗୃହର ବିପଦଜନକ ଅବସ୍ଥା, ମରାମତି ଦାବି

0 72

ସାଲେପୁର : ସାଲେପୁରରେ ରେଗୁଲେଟିଙ୍ଗ୍ମାର୍କେଟ ଅଧୀନରେ ଥିବା ସପ୍ତାହିକ ହାଟରେ ବ୍ୟବସାୟୀ,ଚାଷୀ ବାସିନ୍ଦା ପାଇଁ ଉଦିଷ୍ଟସ୍ଥାନ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ନିୟବିତ ବଜାର କମିଟି ଦ୍ୱାରା ଯେଉଁ ଠିକାଦାରଙ୍କୁ କାର୍ଯ୍ୟକରିବା ପାଇଁ ଦିଆ ଯାଇଥିଲା ସେ ଅତି ନି୧ ମାନର କାମ କରିଥିଲେ । ପିଣ୍ଡି ଉପରେ ଥିବା ଛାତର କିଛି ଅଂଶ ଭାଙ୍ଗି ଗଳି ପଡିଲାଣି ଏବେ ଆଉ କିଛି ଅଂଶ ଅଧାଭଙ୍ଗା ଅବସ୍ଥାରେ ରହିଛି । ହାଟକୁ ଆସୁଥିବା ଲୋକେ ଭୟରେ ହାଟର କିଣାବିକା କରୁଛନ୍ତି । ହାଟରେ ଥିବା ଦୋକାନ ଗୃହଗୁଡିକର ସଟର ସେହିଭଳି ତିଆରି ହେବା ଦିନରୁ ଆଜି ପର୍ଯ୍ୟନ୍ତ ପଡିରହିଛି । ସଟର ଗୁଡିକ ପାଣି ଖାଇ ନଷ୍ଟ ହୋଇ ଗଲାଣି । ଏଭଳି ଅବସ୍ଥା ଦୀର୍ଘଦିନ ହେବ ଦେଖିବାକୁ ମିଳୁଛି ।ଏହି ବିପଦ ସଙ୍କୁଳ ପିଣ୍ଡି ତଥା ଦୋକାନ ଗୃହରେ ବସି ରହି ବିକ୍ରିବଟା କରିବାକୁ ବାଧ୍ୟ ହେଉଛନ୍ତି ।ଏଥି ପ୍ରତି ମାର୍କେଟ କମିଟି ବା ପଂଚାୟର ମରାମତି କରିବାକୁ ପଦକ୍ଷେପ ନେଉ ନାହାନ୍ତି । ଯଦି ଏହାର ପ୍ରତିକାର ଶିଘ୍ର ନହୁଏ ଭବିଷ୍ୟତରେ ଛୋଟ ବଡ ଦୁର୍ଘଟଣା ଘଟିବାର ସମ୍ଭାବନା ରହଛି ।

Leave A Reply

Your email address will not be published.