ଗାଁ ରେ ପିଇବା ପାଣିର ସମସ୍ୟା

0 69

କଲ୍ୟାଣ ସିଂହପୁର, ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଶିକାରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣନଗର ଗ୍ରାମରେ ପିଇବା ପାଣି ର ସମସ୍ୟା ଦେଖିବାକୁ ମିଳିଛି। ଆଜିକୁ ୨୦ ଦିନ ହେବ ପାଣି ପାଇଁ ନାହିଁ ନଥିବା ହଇରାଣ ହୋଉଛନ୍ତି ଗ୍ରାମ ବାସୀ ! ପିଇବା ପାଣି ପାଇଁ ନିକଟରେ ଥିବା ଧରିତ୍ରୀ ରାଣୀ ଝରଣା ଉପରେ ନିର୍ଭର ହେବାକୁ ପଡିଛି।ଗାଁ ଠାରୁ ଏକ କିଲୋମିଟର ଦୂରରେ ଧରିତ୍ରୀ ରାଣୀ ଝରଣା ସେହି ଝରଣା ଠାରୁ ପିଇବା ବ୍ୟବହାର କରୁଛୁ ବୋଲି ଗ୍ରାମ ବାସୀ କହିଛନ୍ତି । ପାଣି ର ସମସ୍ୟା ଏନେଇ ସରପଞ୍ଚ, ବିଡିଓ, ଜଳ ଯୋଗାଣ ଯନ୍ତ୍ରୀ ଙ୍କ ପାଖକୁବାରମ୍ବାର ଜଣାଇ ହତାଶ ହୋଇଗଲେଣି କିନ୍ତୁ କେହି ଶୁଣିବାର ନାହିଁ ! ଏହି ଭଳି ବିଡମ୍ବନାର ଶିକାର ହୋଇଛନ୍ତି କୃଷ୍ଣନଗର ଗ୍ରାମବାସୀ । ପ୍ରାୟ ୩ ବର୍ଷ ତଳେ ପାଣିର ସମସ୍ୟାର ସମାଧାନ ସ୍ୱରୂପ ପୂର୍ବ ଖନନ ହୋଇଥିବା ନଳକୂପକୁ ସୌର ଚଳିତ ବିଦ୍ୟୁତ ଦ୍ୱାରା ଏକ ଟାଙ୍କି ସାହାଯ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଇ ଥିଲା ! କିନ୍ତୁ ତାହା ଖରାପ ହୋଇଯାଇଛି ।

ନଳକୂପ ର ହାତ ମରା ଯନ୍ତ୍ର କୁ ବାହାର କରାଯାଇଛି ତେଣୁ ନଳକୂପ ବ୍ୟବହାର କରିବା ପାଇଁ ହୋଉନ ଥିବା ରୁ ଏହି ସମସ୍ୟା ଦେଖିବା କୁ ମିଳିଛି। ଏହି ଠିକା ନେଇ ପରିଚାଳନା କରୁ ଥୁବା ସଂସ୍ଥା ର ଦେଖା ନାହିଁ, ତେଣୁ ସମସ୍ୟା ଗମ୍ଭୀର ରୂପ ନେଉଥୁବା ଗ୍ରାମର ଅଭି କାଛିଆ, କୁନି ମର୍ଲିଆ, କୁନା କାର୍ଲିଆ, ବାସୁ ରଙ୍ଗିଆ, କମଳା ମର୍ଲିଆ ଓ ରଙ୍ଗିଆ କରଫୁଲ ପ୍ରମୁଖ କହିଛନ୍ତି !ଅଭି କାଛିଆ ଙ୍କ କହିବାନୁସାରେ ନଦୀ ପାଣି ପିଇଲେ ସର୍ଦି, କାଶ, ଲସମ, ଜ୍ୱର ଭଳି ଅନେକ ରୋଗ ହୋଇ ବହୁ ହୋଇରାଣ ହେବାକୁ ପଡୁଛି ବୋଲି କହିଛନ୍ତି ! ଏହି ଗ୍ରାମରେ ପ୍ରାୟ ୨୮ଟି ଝଡିଆ ପରଜା ସମ୍ପ୍ରଦାୟ ର ପରିବାର ବସବାସ କରନ୍ତି ! ପଞ୍ଚାଯତ ସଦରମହକୁମା ର ମାତ୍ର ୩ କିମି ଓ ପଞ୍ଚାୟତ ସମିତି ଠାରୁ ମାତ୍ର ୧୭ କିମି ଦୂରତା ରେ ଏହି ଗାଁ ଅଟେ ! ଏନେଇ ପଞ୍ଚାଯତ ସରପଞ୍ଚ ଅମ୍ବିକା ସରକା ଙ୍କୁ ପଚାରିବାରୁ ଏହାର ପରିଚାଳନା ସଂସ୍ଥା ବୁଝୁଛି ଏଥିରେ ଆମର କିଛି ଭୂମିକା ନାହିଁ ! ଏନେଇ ଜଳ ପରିମଳ ପ୍ରକଳ୍ପ ର ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା ଙ୍କୁ ପଚାରି ବାରୁ ପରିଚାଳନା ସଂସ୍ଥା ଙ୍କ ଯୋଗାଯୋଗ ନମ୍ବର ଦେଇ ଜଣାଇବାକୁ କହିଥିଲେ । ୭୨ ଘଣ୍ଟା ମଧ୍ୟରେ ମରାମତି କରାଯାଇ କାର୍ୟ୍ୟକ୍ଷମ କରାଯିବ ବୋଲି ଜଣାଇଥିଲେ ! ପ୍ରକାଶ ଥାଉକି ଟେଣ୍ଡର ପାଇଥିବା ଠିକା ସଂସ୍ଥା ଏହାର ପରିଚାଳନା ନିମନ୍ତେ ୫ ବର୍ଷ ଗ୍ୟାରେଣ୍ଟି ଦେଇ ଥିବାବେଳେ ଏଥିରେ ଖିଲାପ କରୁଥୁବାର ଦେଖିବାକୁ ମିଳୁଛି ଏନେଇ ପ୍ରଶାସନ ତତ୍ପର ନହେଲେ ବଡଧରଣର ପାନୀୟଜଳ ସଂକଟକୁ ଏଡାଇ ଦିଆଯାଇ ନପାରେ !

Leave A Reply

Your email address will not be published.