ବନ୍ୟୁ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ ତାର ଜବତ

0 135

କଲ୍ୟାଣ ସିଂହପୁର: ତା ୧୨/୧୧ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଧାମୁଣି ପଙ୍ଗା ପଞ୍ଚାୟତ ଅନ୍ତର୍ଗତ କାଟିକିନାଲ ଗ୍ରାମ ନିକସ୍ଥ ଜଙ୍ଗଲ ରେ ବନ ବିଭାଗ ର ହାତୀ ସୁରକ୍ଷା ଦଳ ପକ୍ଷରୁ ଚାରି ବିଡା ବିଦ୍ୟୁତ ତାର ଜବତ କରିଥିବା ଦେଖିବାକୁ ମିଳିଛି। ଆଜି ସକାଳ ପ୍ରାୟ ୯ ଘଣ୍ଟିକା ସମୟରେ ବନ ବିଭାଗର ହାତୀ ସୁରକ୍ଷା ଦଳ ପେଟ୍ରରଲିଙ୍ଗ ସମୟରେ  ଧାମୁଣି ପଙ୍ଗା ଅଞ୍ଚଳରେ  ପେଟ୍ରୋଲିଙ୍ଗ ପାଇଁ ଯାଇ ଥିବା ସମୟରେ ବନ ଅଧିକାରୀ ପ୍ରପୁଲ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ପେଟ୍ରୋଲିଂ କରିବାକୁ ଯାଇଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ କଟକିନାଲ ଗାଁ ନିକଟ ରେ ବନ୍ୟୁ ଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର କୁ ଜବତ କରି ବନ ବିଭାଗ କାର୍ଯ୍ୟାଳୟ ରଖାଯାଇଛି।

ଏ ସମ୍ପର୍କରେ ସ୍ଥାନୀୟ ବନ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ବିଦ୍ୟୁତ ତାର କୁ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ବିକ୍ରମ କେଶରୀ ସାହୁ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି।ଏହି ଜବତ ତାର ସମ୍ପର୍କରେ ଵିଦ୍ୟତ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ଉକ୍ତ ତାର ଆମ ଡିପାର୍ଟ ମେଣ୍ଟ ର ନୁ ବୋଲି କହିଛନ୍ତି। 

Leave A Reply

Your email address will not be published.